ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ସନ୍ଦେହ;ମୃତଦେହ ନିକଟରେ ହାତୀ ପାଦ ଚିହ୍ନ ।

ଭଞ୍ଜନଗର,୧୪/୦୩(ପିପିଟି);ତାରସିଙ୍ଗି ଥାନା ଅନ୍ତର୍ଗତ କଳିଙ୍ଗ ପଦର ହାଇସ୍କୁଲ ସାହିରେ ରହୁଥିବା ଶୁକଦେବ ଜାନୀ (୬୦)ର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ଶୁକ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଜଙ୍ଗଲରୁ ପ୍ରତିଦିନ ପତ୍ର ସଂଗ୍ରହ କରି ତାହାକୁ ବିକି ଚଳୁଥିବା ବେଳେ ଶନିବାର ସକାଳେ ମଧ୍ୟ ସେ ତାରସିଙ୍ଗି ରେଞ୍ଜ ଗାୟାଗଣ୍ଡା ସେକ୍ସନ ଜାଡ଼ଧାର ଜଙ୍ଗଲକୁ ଯାଇଥିଲା। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଶୁକ ଘରକୁ ନ ଫେରିବାରୁ ଗ୍ରାମବାସୀ ମାନେ ତାକୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ।ରବିବାର ପୁଣି ଜଙ୍ଗଲକୁ ଯାଇ ଖୋଜିବାରେ ଗୋଟିଏ ଗଛ ମୂଳରେ ଶୁକ ର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଆଖପାଖରେ ହାତୀ ପାଦ ଚିହ୍ନ ପଡ଼ିଥିବାରୁ ସ୍ଥାନୀୟ ଲୋକମାନେ ହାତୀ ଆକ୍ରମଣରେ ତାହାର ମୃତ୍ୟୁ ଘଟିଥିବା ସନ୍ଦେହ କରି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଫଳରେ ତାରସିଙ୍ଗି ରେଞ୍ଜ ଅଫିସର ଆଶା ଲତା ଦିଗାଲ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତାରସିଙ୍ଗି ପୁଲିସକୁ ଖବର ଦେଇଥିଲେ। ସନ୍ଧ୍ୟାରେ ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠେଇଥିବା ଜଣାପଡିଛି। ହେଲେ ଶୁକ ର ମୃତ୍ୟୁକୁ ନେଇ ସଠିକ ସୂଚନା ମିଳିପାରିନାହିଁ। ହାତୀ କୁ ଦେଖି ଭୟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିବା ଅନୁମାନ କରା ଯାଉଥିବା ବେଳେ ପୁଲିସ ତଦନ୍ତରେ ହାତୀ ଆକ୍ରମଣ କରିଥିବା ଜଣାପଡିଛି। ପୋଷ୍ଟ ମଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ। ମୃତ ଶୁକ ର କୌଣସି ପିଲା ଛୁଆ ନଥିବା ବେଳେ ଘରେ କେବଳ ତାର ପତ୍ନୀ ଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment