ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର ।

ଭଞ୍ଜନଗର,୨୭/୧୨(ପିପିଟି); ଗାଲେରୀ ବନାଞ୍ଚଳରେ ଆଜି ଅପରାହ୍ନରେ ପ୍ରାୟ ୧୮ ରୁ ୨୦ଟି ହାତୀ ଉପଦ୍ରବ ଚଳାଇଥିଲେ।ହରିଗଡ଼ ପଞ୍ଚାୟତ ନୂଆପଲ୍ଲୀ ନିକଟରେ ହାତୀପଲ ଏହି ଗ୍ରାମର ସୁକୁରିଆ ନାୟକ(୬୦)କୁ ଆକ୍ରମଣ କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ତାକୁ ଘେରି ରହିଥିଲେ।ବନ ବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ।ଘଟଣା ସ୍ଥଳରେ ସୁକୁରିଆ ର ମୃତ୍ୟୁ ଘଟିଥିବା ବେଳେ ଗାଲେରୀ ଜଡି ସାହିର ଶିବରାମ ଗୌଡ଼ଙ୍କ ସାନପୁଅ ଗଣେଶ ଗୌଡ଼ (୧୨) ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment