ହାତୀ ଆକ୍ରମଣରେ ଜଣେ ମୃତ ।

ଉଲୁଣ୍ଡା,୦୪/୦୩(ପିପିଟି); ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ଖାଦ୍ୟର ଅଭାବ କାରଣରୁ ଏବେ ହାତୀ ଜନବସତି ମୁହାଁ ହେବା ସହ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି । ବିଶେଷକରି ଉଲୁଣ୍ଡା ରେଞ୍ଜ ଅଂଚଳରେ ମଣିଷ ଓ ହାତୀ ମୁହାଁମୁହିଁ ହେବା ଘଟଣା ନିତିଦିନିଆ ହୋଇଗଲାଣି । ଯା ଫଳରେ କି ମଣିଷ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।କେତେବେଳେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭିତରକୁ ପଶି ମଣିଷ ସହ ଲଢେ଼ଇ କରି ମଣିଷକୁ ଜୀବନରୁ ମାରି ଦେଉଛି ।ଆଜି ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ । ଆଜି ବଡ଼ି ଭୋରରୁ ଏକ ଦନ୍ତାହାତୀ ପଣ୍ଡକିଟାଲ ଗାଁ ଭିତରକୁ ପସିଆସି ସୋଇଥିବା ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ଟେକି ନେଇ କଚାଡି ମାରିଦେଇଛି । ଯା ଫଳରେ ଘଟଣା ସ୍ଥଳରେ ୬୦ ବର୍ଷୀୟ ନାରାୟଣ ଭୋଇ ନାମକ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ନାରାୟଣଙ୍କର ଘର ସମ୍ବଲପୁର ଜିଲ୍ଲା ହୁଲିପାଲି ହୋଇଥିବାବେଳେ ସେ କିଛି ଦିନ ହେବ ନିଜ ଝିଅ ଘର ପଣ୍ଡକିଟାଲ ଗ୍ରାମକୁ ଆସି ରହୁଥିଲେ । ଖବର ପାଇ ଉଲୁଣ୍ଡା ପୋଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରିଛି ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment