ହାତୀଓଟ ନୋଡାଲ ହାଇସ୍କୁଲ ଠାରେ “ଜାତୀୟ ମହାକାଶ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୨୩/୦୮ (ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାବୃନ୍ଦ ଓ ଛାତ୍ର/ଛାତ୍ରୀଙ୍କ ମିଳିତ ସହଯୋଗରେ ” ଜାତୀୟ ମହାକାଶ ଦିବସ” କାର୍ଯ୍ୟକ୍ରମ ଉପରେ ଏକ ସଭାର ଆୟୋଜନ ହାତୀଓଟ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ପ୍ରଧାନଶିକ୍ଷକ ଭାରତର ବୈଜ୍ଞାନିକ ଓ ଆଧୁନିକ ଯୁଗରେ ବିଜ୍ଞାନର ଭୂମିକା, ଛାତ୍ର ଛାତ୍ରୀ ଙ୍କ କର୍ତ୍ତବ୍ୟ ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ ।ଉପସ୍ଥିତି ଛାତ୍ର/ଛାତ୍ରୀମାନେ ମହାକାଶ ସମ୍ପର୍କରେ ଭାଷଣ ଦେଇଥିଲେ । ବୈଠକରେ ବିଦ୍ୟାଳୟର ଶିକ୍ଷକ ନିରାନନ୍ଦ ସାହୁ, ଶଙ୍କର ପ୍ରଧାନ, ସୁନୀତା କୁମାରୀ ବଡ଼ ଜେନା, ରମେଶ ଚନ୍ଦ୍ର ସ୍ବାଇଁ, ସମୀର କୁମାର ଦଳେଇ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, କର୍ମଚାରୀ ଆଶିଷ କୁମାର ପାତ୍ର, ଦୀପକ କୁମାର ପ୍ରଧାନ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment