ହାଟବସ୍ତ ଯୁବ ଗୋଷ୍ଠୀ ପକ୍ଷରୁ ଜଳଛତ୍ର।

ବୋଲଗଡ,୦୩/୦୫(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ହାଟବସ୍ତ ବଜାର ମୂଖ୍ୟ ରାସ୍ତା ଛକ ଠାରେ ହାଟବସ୍ତ ଗ୍ରାମର ଯୁବ ଗୋଷ୍ଠୀ ପକ୍ଷରୁ ଦହିପଣା, ଥଣ୍ଡା ପାନୀୟ ଓ ମିଶ୍ରି ପଣା ଆଦି ବାଟୋଇ ଯାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ବଜାର ଟି ରାଜ ସୁନାଖଳା – ଧଳାପଥର ସଂଯୋଗ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶତାଧିକ ବାଟୋଇ ମାନେ ଅଟକି ରହି ଥଣ୍ଡା ପାନୀୟ ଜଳ ଗ୍ରହଣ କରିଥିଲେ।ଏହି ଜଳ ଛତ୍ର କାର୍ଯ୍ୟକ୍ରମରେ କବିର ସାହୁ, ଚିନୁ ସାହୁ, ବୁବୁ ସାହୁ, ଅଶୋକ କୁମାର ପରିଡ଼ା, ଜ୍ଞାନରଞ୍ଜନ ଦାସ, ବିକାଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ ୧୫ଦିନ ଧରି ବଣ୍ଟନ କରାଯିବ। ରାଜସୁନାଖଳା ବଜାର ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବା ରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇ ମାନଙ୍କୁ ସହାୟକ ହୋଇଛି।ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀ ମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି।ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକ ଅଞ୍ଚଳର ବଜାର ଗୁଡିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment