ଭଞ୍ଜନଗର,୧୦/୦୪(ପିପିଟି); ଭଞ୍ଜନଗର ନିକଟସ୍ଥ ନୂଆ ଗାଁ ବ୍ରିଜ ନିକଟରେ ଏକ ହାଇୱା ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ମଦନ ନାଇକ (୨୮)ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ବିଲୁଆପଡା ଗ୍ରାମର ମଦନ ନିଜ ବାଇକ ଯୋଗେ ଶଶୁର ଘର ବେଲଗୁଣ୍ଠା ଅଭିମୁଖେ ଦଣ୍ଡଯାତ୍ରା ଦେଖିବାକୁ ଯାଉଥିବା ବେଳେ ନୂଆଗାଁ ବ୍ରିଜ ନିକଟରେ ଏକ ହାଇୱା ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକଟି ହାଇୱା ଭିତରକୁ ପଶିଯାଇଥିଲା। ସୌଭାଗ୍ୟ ବଶତଃ ମଦନ ବାଇକରୁ ଛିଟକି ରାସ୍ତା କଡରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ମଦନଙ୍କ ହାତଗୋଡ଼ ଓ ମୁହଁ ଗଭୀର ଆଘାତ ଲାଗିଛି।ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।)