ହାଇଦ୍ରାବାଦରୁ ବୋଲଗଡ ଆସିଲା ଯୁବକଙ୍କ ମୃତ ଶରୀର।

ରାଜସୁନାଖଳା,୦୮/୦୬(ପିପିଟି):ଗତ ୪ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ ବ୍ଲକ୍ ଅନ୍ତର୍ଗତ ବଡ଼ କୁମାରୀ ଗ୍ରାମ ପଞ୍ଚାୟତ ଅଧୀନ ବିଲ ଖଉରୁଣୀ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ବଡ଼ପୁଅ ୪୨ ବର୍ଷୀୟ ଅକ୍ଷୟ କୁମାର ବେହେରାଙ୍କ ମୃତ ଶରୀର କୁ ଆଜି ଓଡ଼ିଶା ମୋ ପରିବାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ସୁଦୂର ହାଇଦରାବାଦରୁ ତାଙ୍କ ନିଜ ଗ୍ରାମକୁ ଅଣାଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ ମୃତକ ଅକ୍ଷୟ ହାଇଦରାବାଦର ଏକ ହୋଟେଲ୍ ରେ ଗତ ଦୁଇ ମାସ ହେବ ଚାକିରି କରିଥିଲେ। ଗତ ୫ ତାରିଖରେ ହାଇଦରାବାଦର ଯୁବୁଲି ହିଲ୍ ଥାନାର ଜଣେ ଅଧିକାରୀ ମୃତକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପରିବାରକୁ ଯୋଗାଯୋଗ ପରେ ତାଙ୍କ ପରିବାର ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କୁ ମର ଶରୀରକୁ ଆଣିବା ପାଇଁ ଅନୁରୋଧ କରିଥିଲେ।ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓଡ଼ିଶା ମୋ ପରିବାରକୁ ଏ ବିଷୟରେ ଅବଗତ କରାଇବା ସହ ମୂତ ଶରୀରକୁ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହା ସହ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିବାପରେ ରେଡ୍ କ୍ରସ ତରଫରୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।ଆଜି ଓଡ଼ିଶା ମୋ ପରିବାର ତରଫରୁ ମୃତକଙ୍କ ଧର୍ମପତ୍ନୀ ମିନତି ବେହେରାଙ୍କୁ ୩୦,୦୦୦ ଟଙ୍କା ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗାଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ଶୁଭକାନ୍ତ ମହାପାତ୍ର ଏହି ପ୍ରକ୍ରିୟାରେ ସଂଯୋଜକ ହିସାବରେ କାର୍ଯ୍ୟ କରିଥିଲେ। ମୃତକଙ୍କ ସାନଭାଇ ରାମ ଚନ୍ଦ୍ର ବେହେରା ଓ ସହଯୋଗୀ ମାନେ ଏକ ଆମ୍ବୁଲାନ୍ସରେ ମୃତ ଶରୀରକୁ ଆଣି ପାରିଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ,ପ୍ରଦୀପ କୁମାର ବେହେରା,ଆସଫ ଅଲି,ସତ୍ୟ ପ୍ରକାଶ ସାହୁ ଓ ଶତାଧିକ ଗ୍ରାମବାସୀ ଅନ୍ତେଷ୍ଟି କ୍ରିୟାରେ ଉପସ୍ଥିତ ଥିଲେ। ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ମୋ ପରିବାର ର ମୁଖ୍ୟ ଅରୁପ କୁମାର ପଟ୍ଟନାୟକଙ୍କୁ ବହୁତ୍ ବହୁତ ଧନ୍ୟବାଦ୍ ଅର୍ପଣ କରିଛନ୍ତି।ମୃତକଙ୍କ ଧର୍ମପତ୍ନୀ ଓ ଦୁଇ ଜଣ ଛୋଟ ପୁଅ ଥିବାରୁ ଓ ନିହାତି ଗରିବ ପରିବାର ହୋଇ ଥିବାରୁ ସବୁ ପ୍ରକାର ସରକାରୀ ଓ ବେସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଧାୟକ ବେଗୁନିଆ ପ୍ରତିଶୃତି ଦେଇଛନ୍ତି। ବଡକୁମାରି ପଞ୍ଚାୟତ ସରପଞ୍ଚ ଓ ବୋଲଗଡ ବ୍ଲକ୍ ଅଧ୍ୟକ୍ଷା ଙ୍କ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ଆନ୍ତେଷ୍ଟି କ୍ରିୟା ପାଇଁ ଦୁଇହଜାର ଟଙ୍କାର ଅର୍ଥ ଯୋଗେଇ ଦେଇଛନ୍ତି। ଓଡ଼ିଶା ମୋ ପରିବାର ର କାର୍ଯ୍ୟକୁ ସ୍ଥାନୀୟ ଜନ ସଧାରଣ ଭୂୟସୀ ପ୍ରଶଂସା କରୁଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment