ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଡେଙ୍ଗାଓସ୍ତା ଠାରେ ଉଠା ଦୋକାନୀ ଉଛେଦ ପରେ ତାରବାଡ ରେ ଘେରାବନ୍ଦି ।

ସାନଖେମୁଣ୍ଡି,୨୪/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ସିଙ୍ଗିପୁର ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଓସ୍ତା ବଜାର ରାସ୍ତା ପାର୍ଶ୍ବରେ ଥିବା ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଜି ପ୍ରଶାସନର ଉପସ୍ଥିତିରେ ହୋଇଯାଇଛି । ଖବରନୁଯାୟୀ , ଦିଗପହଣ୍ଡି – ପୋଡାମାରୀ ୩୨୬ ନଂ ଜାତୀୟ ରାଜପଥ ଡେଙ୍ଗାଓସ୍ତା ବଜାରରେ ଦୀର୍ଘ ୩୦ ବର୍ଷ ଧରି ଉଠା ଦୋକାନୀ ମାଲିକ ମାନେ ରାସ୍ତା ଉପରେ ଜବରଦଖଲ କରି ବ୍ୟବସାୟ କରି ଆସୁଥିଲେ । ଡେଙ୍ଗାଓସ୍ତା ବଜାର ବର୍ତ୍ତମାନ ବାଣିଜ୍ୟ ବ୍ୟବସାୟର ଏକ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ପରିଚିତ । ଏହି ବଜାର ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ବ୍ୟବସାୟ କାରବାର କରିବାକୁ ଆସୁଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ରାସ୍ତା ଉପରେ ଜନଗହଳି ପରିଲକ୍ଷିତ ହେବା ସହ ପ୍ରତ୍ୟେକ ଦିନ ଶହଶହ ମଟର ଯାନ ଯାତାୟାତ କରିଥାନ୍ତି । ଯାହାଫଳରେ ଏହି ଜବରଦଖଲକାରୀ ମାନଙ୍କ ରାସ୍ତା ଉପରେ ବ୍ୟବସାୟ ଦ୍ବାରା ରାସ୍ତା ଅତି ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ ପୂର୍ବରୁ ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଠା ଦୋକାନୀ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଦୁଇ ଦୁଇ ଥର ନୋଟିସ ଜାରି କରିଥିଲେ ମଧ୍ୟ ଏହାକୁ ବ୍ୟବସାୟୀ ମାନେ ବିରୋଧୀ କରିବା ଫଳରେ ଏହା ସ୍ଥଗିତ ରହିଥିଲା । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା , ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ୱରେ ରମେଶ ଚନ୍ଦ୍ର ବେହେରା , ଆସିକା ଏସଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସମେତ ପୋଲିସ ପ୍ଲାଟୁନ ମୁତୟନ ରହି ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆପୋଷ ସମାଧାନ ପରେ ହିଟାଚୀ ମେସିନ ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ପ୍ରଶାସନ ଉଠାଦୋକାନୀ ମାଲିକଙ୍କୁ ସେମାନଙ୍କ ବ୍ୟବସାୟ ଚଳେଇବା ପାଇଁ ଅନ୍ୟତ୍ର ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ପଞ୍ଚାୟତ ଅଧିନସ୍ଥ ରତ୍ନମଣିପୁର ମନ୍ଦିର ଜମିରେ ଥିବା ପୋଖରୀ ପୋତାଯାଇ ସେଠାରେ ରାମମନ୍ଦିର ସ୍ଥାପନା ଯୋଜନାକୁ ନେଇ ସରପଞ୍ଚ ଗୋଷ୍ଠୀ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ଏଥିକୁ ନେଇ ପୋଲିସ ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀର ଲୋକଙ୍କୁ ଅଲଗା କରାଯାଇଥିଲା । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ରହିଥିଲା ନଚେତ ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ଘଟିବାର ସମ୍ଭାବନା ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ଏସ ଆଇ ଟୁନା ପୀଡ଼ିକା,ଏସ ଆଇ ମିଲନ ପ୍ରଧାନଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ବୁଝାସୁଝା କରି ବ୍ୟବସାୟୀ ମାନେ କରିଥିବା ଜବରଦଖଲକୁ ଉଛେଦ କରିଥିଲେ । କିନ୍ତୁ ନିର୍ଦ୍ଧିଷ୍ଟ ଧର୍ମାନୁଷ୍ଠାନର ମାର୍କେଟ କମ୍ପ୍ଲେକ୍ସକୁ କିଛି ଉତକ୍ଷିପ୍ତ ଗୋଷ୍ଠୀ ତାର ବାଡ଼ରେ ଘେରାବନ୍ଦୀ କରିଥିବା ଘଟଣା ପୁଣି ଅନ୍ୟଦିଗକୁ ଦର୍ଶାଉଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment