ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ ।

ଯାଜପୁର ,୨୩/୦୭(ପିପିଟି): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ,ତାପସ କୁମାର ଆଜି ଏକ ଦିନିକିଆ ଗସ୍ତରେ ଯାଜପୁର ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ପ୍ରଥମେ ସେ ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁରର ଦାମଦୋରପୁର ଠାରେ ପ୍ରସ୍ତାବିତ ହ୍ୟାଣ୍ଡଲୁମ୍ ପାର୍କ ପାଇଁ ଚିହ୍ନଟ ସ୍ଥାନ ପରିଦର୍ଶନ କରିଥିଲେ। ପରେ ମା’ ତାରିଣୀ ବୁଣାକାର ସମବାୟ ସମିତି ଏବଂ ହିଙ୍ଗୁଳା ବୁଣାକାର ସମବାୟ ସମିତି ପରିଦର୍ଶନ କରି ଟସର ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା ଅବଲୋକନ କରିବା ସହ ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଗୋପାଳପୁରର ଟେରାକୋଟା କାରିଗରଙ୍କ ଘର ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟ ମଧ୍ୟ ଦେଖିଥିଲେ।

ଏହାପରେ ଗୋପାଳପୁର ଡାକବଙ୍ଗଳା ଠାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ହସ୍ତତନ୍ତ ସୋ- ରୁମ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାଦ୍ୱାରା ସ୍ଥାନୀୟ ବୁଣାକାର ଓ କାରିଗରମାନଙ୍କୁ ଉନ୍ନତ ବଜାର ସୁବିଧା ମିଳିବା ସହ ସେମାନଙ୍କ ଉତ୍ପାଦର ପ୍ରଚାର-ପ୍ରସାର ବୃଦ୍ଧି ପାଇବ ଏବଂ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହ ଏହି ସୋ-ରୁମ ଯାଜପୁରର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।

ଅପରାହ୍ନରେ ସେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ପୁଞ୍ଜରେ କାଇଁଚ ହସ୍ତଶିଳ୍ପ କାରିଗରଙ୍କ ପାଇଁ ନିର୍ମିତ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରି କାରିଗରମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ନିର୍ଦ୍ଦେଶକ, ସେରିକଲ୍ଚର, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର, ଟେକ୍ସଟାଇଲ, ଗୋଲାପୀ ଗୋପରାଣୀ ମୂର୍ମୁ, ଡେପୁଟି ଡାଇରେକ୍ଟର, ହସ୍ତଶିଳ୍ପ, ଜ୍ୟୋତି ରଞ୍ଜନ ଜେନା, ରସୁଲପୁର, ଧର୍ମଶାଳାର ବିଡିଓମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment