ହଳଦୀକୁଣ୍ଡ ଗ୍ରାମର ୯ ଜଣ ଅଚିହ୍ନା ରୋଗରେ ଆକ୍ରାନ୍ତ;ଜିଲ୍ଲାମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ।

ମାଲକାନଗିରି,୧୨/୦୯(ପିପିଟି):
ମାଥିଲି ବ୍ଲକ ହଳଦୀକୁଣ୍ଡ ଗ୍ରାମରେ ସରକାରୀ ଭାବେ ୬ ଜଣଙ୍କର ମୃତ୍ୟୁ ଅଚିହ୍ନା ରୋଗରେ ହୋଇଥିବା ବେଳେ ବର୍ତ୍ତମାନ ୯ ଜଣ ରୋଗାକ୍ରାନ୍ତ ବ୍ଯକ୍ତିଙ୍କୁ ଗ୍ରାମରୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଳଦୀକୁଣ୍ଡ ଏକ ଆଦିବାସୀ ଗାଁ । ଉକ୍ତ ଗ୍ରାମରେ କେତେକ ଲୋକଙ୍କୁ ଜ୍ବର ଏବା ସହ ଗୋଡ ଫୁଲିଲା ପରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ୬ ଜଣଙ୍କ ଏହି ଅଚିହ୍ନା ରୋଗରେ ମୃତ୍ୟୁ ବରଣ କରିଥିବା ସ୍ବାସ୍ଥ୍ଯ ବିଭାଗରୁ ଘୋଷଣା କରାଯାଇଛି ।ଆଦିବାସୀମାନେ ପାରମ୍ପରିକ ଭାବେ ଭୂତ ପ୍ରେତକୁ ବିଶ୍ବାସ କରି ଝାଡଫୁଙ୍କ ଏବଂ ଗୁଣିଗାରେଡିର ଆଶ୍ର ନେଲା ପରେ ବର୍ତ୍ତମାନ ମାଥିଲି ହସପିଟାଲର ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସେଠାକୁ ଯାଇ ରୋଗୀମାନଙ୍କୁ ବୁଝା ସୁଝା କରି ବର୍ତ୍ତମାନ ୯ ଜଣ ଅଚିହ୍ନା ରୋଗୀଙ୍କୁ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ନରସିଂହ ମାଡକାମୀ (୧୭),ଅର୍ଜୁନପ ମାଡକାମୀ (୧୫),ମାନସ ମାଡକାମୀ (୫୦),କଷା ମାଡକାମୀ (୫୦),ପିଶା ମାଡକାମୀ (୬୦), ବୁସୁକି ମାଡକାମୀ (୫୦),ୟୁରେ ମାଡକାମୀ (୪୦),ମଙ୍ଗଳା ମାଡକାମୀ (୩୦),ଗୋପୀ ନାଥ ମାଡକାମୀ (୬୦) Iତେବେ ଆଜି ପର୍ଯ୍ଯନ୍ତ କାହିଁକି ଉକ୍ତ ଗ୍ରାମର ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି ସ୍ପଷ୍ଟ ହୋଇ ନଥିବା ବେଳେ ଏହା ମଦ୍ଯପାନ ଯୋଗୁଁ ଏପରି ହୋଇଥିବା ଡାକ୍ତରମାନେ ଅନୁମାନ କରୁଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment