ହରିୟାଣା ବିଜେପି ସରକାରଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ କୃଷକ ଆନ୍ଦୋଳନ ଉପରେ ପୋଲିସର ଦମନ ଲୀଳାକୁ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଦୃଢ଼ ନିନ୍ଦା ।

ବ୍ରହ୍ମପୁର, ତା ୧୧/୦୯; ହରିୟାଣାର କୃଷକ ଆନ୍ଦୋଳନକାରୀଙ୍କ ଦାବିକୁ ଏଆଇକେକେଏସ ଜାତୀୟ କମିଟି ପକ୍ଷରୁ ହୃଦୟରୁ ସମର୍ଥନ କରିଛି । ଯେତେବେଳେ ଆମର ସଂଗଠନ ଏବଂ ଅନ୍ୟ କୃଷକ ସଂଗଠନ ମୋଦୀ ସରକାରଙ୍କ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ବିଲ୍ ବିରୋଧରେ ପ୍ରଚାର କରୁଛନ୍ତି, ସେତେବେଳେ ହରିୟାଣାର କୃଷକମାନେ ମଧ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରକାଶିତ “ଫାର୍ମ ଅର୍ଡିନାନ୍ସ” ବିରୋଧରେ ବିରୋଧ କରୁଛନ୍ତି। ଯେତେବେଳେ ଆମେ “କୃଷି କ୍ଷେତ୍ରରୁ, କର୍ପୋରେଟ କମ୍ପାନୀ ହଟାଅ” ଦାବି କରୁଛୁ, ହରିୟାଣା କୃଷକମାନେ ମଧ୍ୟ “କୃଷକ ବଞ୍ଚାଅ, ମଣ୍ଡି ବଞ୍ଚାଅ” ଦାବି କରୁଛନ୍ତି । ଏଆଇକେକେଏସ ଜାତୀୟ କମିଟି କୃଷକଙ୍କ ଦାବିକୁ ତୁରନ୍ତ ପୂରଣ କରିବା ଏବଂ ଆନ୍ଦୋଳନକାରୀ କୃଷକଙ୍କ ଉପରେ ପ୍ରହାର କରିଥିବା ସେହି ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି। ଏଆଇକେକେଏସ ଦୃଢ ଭାବରେ ବିଶ୍ବାସ କରେ ଯେ ହରିୟାଣାର ସାହସୀ କୃଷକମାନଙ୍କ ବିଜୟ ସୁନିଶ୍ଚିତ ଅଟେ କାରଣ ସେମାନଙ୍କର ଦାବି ଯଥାର୍ଥ ଏବଂ ଆଇନଗତ ଅଟେ। ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭାର ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଠାକୁର ଏହି ବାର୍ତ୍ତା ଜାତୀୟ କମିଟି ପକ୍ଷରୁ ରଖିଥିବା ବେଳେ ଜାତୀୟ କୋଷାଧ୍ୟକ୍ଷ ତଥା ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment