ହରିଣ କୁ ଧକ୍କାଦେଇ ଜୀବନ ହାରିଲେ କୋଦଳା ଏନ୍ଏସି ଝାଡୁଦାର ।

କୋଦଳା,୨୩/୦୬(ପିପିଟି):ହରିଣ କୁ ଧକ୍କାଦେଇ କୋଦଳା ଏନ୍ଏସି ର ଜଣେ ଝାଡୁଦାର ମୃତ୍ୟୁ ବରଣ କରିଥିବା ଜଣାଅପଡ଼ିଛି । ଶବ ବ୍ୟବଛେଦ ପରେ ମର ଶରୀର କୋଦଳା ଏନ୍ଏସି ରେ ପହଞ୍ଚି ନିଜ ପୌତ୍ରିକ ଗ୍ରାମରେ ଦାହ କରାଯାଇଛି । ଘଟଣାକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଦୁଃଖ ପ୍ରକାଶ କରିବା ସହିତ ସେ ଯେମିତି ସମସ୍ତ ପ୍ରକାର ସହଯୋଗ ପାଇପାରିବା ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦେବାନିମନ୍ତେ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାଅପଡ଼ିଛି । ନିର୍ବାହୀ ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ଉକ୍ତ ପରିବାର ପ୍ରତି ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି
ଖବର ପ୍ରକାରେ ବୁଢ଼ାମ୍ବ ପଞ୍ଚାୟତ ଗୁଡ଼ିଆପଲି ଗ୍ରାମର ରଞ୍ଜିତ ନାୟକ (୨୫) । ସବୁଦିନ ପରି ବୁଧବାର ଅପରାହ୍ନ ରେ କୋଦଳା ଏନ୍ଏସି କୁ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ବାଇକ ଯୋଗେ ଆସୁଥିବା ସମୟ ରେ ଦେଓଗାଁ ନିକଟରେ ଦ୍ରୁତ ବେଗରେ ରାସ୍ତାପାର ହେଉଥିବା ଏକ ହରିଣ ସହିତ ଧକ୍କା ହୋଇଥିଲା, ଯାହାଫଳରେ ରଞ୍ଜିତ ବାଇକ ସହିତ ବହୁଦୂରକୁ ଛିଟିକି ପଡିଥିଲା । ଆହତ ରଞ୍ଜିତକୁ ସେଠାରେ ଉପସ୍ଥିତ ଥିବା ଲୋକେ କୋଦଳା ମେଡିକାଲକୁ ପଠାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ଶବ ବ୍ୟବଛେଦ ପରେ କୋଦଳା ଏନ୍ଏସି ସମ୍ମୁଖକୁ ମର ଶରୀର ଧରି ପରିବାର ଲୋକେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରି ସାନ୍ତ୍ୱନା ପ୍ରଦାନ କରିଥିଲେ, ସହାୟକ ଯନ୍ତ୍ରୀ ସୁଧାକର ଦାଶ ତିନି ହଜାର ଟଙ୍କା ଦେଇଥିବା ବେଳେ ରଞ୍ଜିତକୁ ନିଯୁକ୍ତି ଦେଇଥିବା ସଂସ୍ଥା ୫୦୦୦/-ଦେଇଥିବା ଜଣାପଡିଛି ।ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି ପରିବାର କିଛିଦିନ ଚଳିବା ପାଇଁ ଚାଉଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେବାସହ ତାଙ୍କ ପୈତୃକ ଗ୍ରାମରେ ମରଶରୀର ଦାହ କରିଥିବା ଜଣାପଡିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment