ହନୁମାନ ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ, ଶୁଭଦେଲେ ବିଧାୟିକା ।

କୋଦଳା୦୫/୧୨(ପିପିଟି):କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ରେ ପ୍ରତିଷ୍ଠିତ ଜରାଜୀର୍ଣ ଅବସ୍ଥାରେ ଥିବା ବହୁ ପୁରାତନ ହନୁମାନ ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହେବାପରେ ରବିବାର ନୈସ୍ଟିକ ବ୍ରାହ୍ମଣ ମାନଙ୍କ ପୂଜାପ୍ରସ୍ତୁତି ଆରମ୍ଭ ହୋଇଥିଲା । ମନ୍ଦିର ପ୍ରଶାସନ ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ତତ୍ୱାବଧାନ ରେ ମନ୍ଦିର ପୁରୋହିତ ପୂର୍ଣଚନ୍ଦ୍ର ଶତପଥୀ,ଦକ୍ଷତା ସମ୍ପନ୍ନ ଜ୍ୟୋତିଷ ବିଶାରଦ ଯୁବ ପୁରୋହିତ ସପନ କୁମାର ଶତପଥୀ, ବିଦ୍ୟା ଭୂଷଣ ଆଚାର୍ଯ୍ୟ, ନିରଞ୍ଜନ ରଥ, ନାଗ ଭୂଷଣ ପତି, ରବୀନ୍ଦ୍ର କୁମାର ପତି ପ୍ରମୁଖଙ୍କ ବେଦଧ୍ୱନି ରେ ନିତି ନିୟମ ପଦ୍ଧତି ଅନୁଯାଇ ଏକ ଷଣ୍ଢକୁ ପୂଜାକରୀ ତାଙ୍କରି ଦ୍ୱାରା ମନ୍ଦିର କିଛି ଅଂଶକୁ ଭଂଗାଯାଇଥିଲା । ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ପ୍ରଥମ ପର୍ଯ୍ୟାୟରେ ନିଜ ହାତ ପାଣ୍ଠିରୁ ଚାରିଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରକଳ୍ପ ମୋଡେଲ ଉନ୍ମୋଚନ କରି ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ । ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟର ଦାଇତ୍ୱ ଅଖଣ୍ଡ ନାମ, ଲକ୍ଷ୍ମୀ ନାରାୟଣ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଥିବା ଲକ୍ଷ୍ମୀ ମନ୍ଦିର ସହିତ ବହୁ ମନ୍ଦିର ନିର୍ମାଣ କରିଥିବା ବିଶ୍ୱକର୍ମା ମହାରଣା ମହେଶ୍ୱର ଦାଇତ୍ୱ ନେଇଥିବା ବେଳେ କାର୍ଯ୍ୟକ୍ରମରେ ହନୁମାନ ମନ୍ଦିର ସେବାୟତ ଵାପିନା ବଡୁ, ଟିକି ବଡୁ, ରାଜକୁମାର ବଡୁ, ଚନ୍ଦ୍ର ଶେଖର ବଡୁ ସମେତ ଦଣ୍ଡିଶ୍ୱର ମନ୍ଦିର ପ୍ରଶାସନର କୋଷାଧକ୍ଷ ବାବୁଲା ପାଢ଼ୀ,ସମ୍ପାଦକ ଭାଗିରଥି ନାୟକ, ପିତାମ୍ବର ନାୟକ, ବାବିନା ମହାପାତ୍ର, ଜାଗି ମହାପାତ୍ର, ଯୁଗଳ ବଡୁ ଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ )

Comments (0)
Add Comment