ହତ୍ଯା କାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତ ଗିରଫ ।

ମାଲକାନଗିରି,ତା:୧୨/୦୫(ପିପିଟି);ଆଜି କାଲି ବିଜ୍ଞାନର ଦ୍ରୁତ ବିକାଶ ହେବା ସତ୍ତ୍ବେ ସଂପ୍ରତି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାଗୁଡିକରେ ଅନେକ ସମୟରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣି ସନ୍ଧେହରେ ନାରକୀୟ ହତ୍ଯାକାଣ୍ଡମାନ ସଂଘଟିତ ହେଉଥିବା ଜଣା ପଡିଛି । ଫଳରେ ଅକାରଣରେ ଅମୂଲ୍ଯ ଜୀବନ ଅକାଳରେ ଚାଲି ଯାଉଥିବା ବେଳେ ମାନବ ହୃଦୟରୁ ମାନବୀକତାର ବିଲୋପ ଘଟୁଛି । ସେମିତି ଏକ ଗୁଣି ସନ୍ଦେହରେ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ଯାକାଣ୍ଡ ଘଟିଥିଲା । ପୋଲିସ ଅନୁସନ୍ଧାନ କରି ଗତ କାଲି ତିନି ଅଭିଯିକ୍ତ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶଯେ,ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ଗ୍ରାମରେ ଗତ ଶୁକ୍ରବାର ଦିନ ବୁଦୁରା ପଡିଆମୀ ରାତି ୮ ଘଟିକା ସମୟରେ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅଶସ୍ତ୍ରରେ ଗଳା କାଟିଚାଲି ଯାଇଥିଲା । ଚିତ୍କାର ଶୁଣି ଘରୁ ବୁରୁଦା ସ୍ତ୍ରୀ ଆସି ଦେଖିବା ପରେ ପ୍ରଚୁର ରକ୍ତ ସ୍ରାବ ହୋଇ ସେ କିଛି ସମୟ ପରେ ପ୍ରାଣ ତ୍ଯାଗ ତରିଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏ ସଂପର୍କରେ ବୁରୁଦାର ସ୍ତ୍ରୀ ପଡିଆ ଥାନାରେ ଏତଲା ଦେଲା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ନିଲିଗୁଡା ଗ୍ରାମରେ ତଦନ୍ତ ଚଳାଇଥିଲା । କିଛି ଲୋକଙ୍କୁପୋଲିସ ସନ୍ଧେହ କରି ଥାନାରେ ପଚରା ଉଚରା କଲା ପରେ ୩ ଜଣ ଆମାସୀ ହତ୍ଯାକାଣ୍ଡରେ ସଂଶ୍ଳୀଷ୍ଠ ଥିବା ଜଣାପଡିଥିଲା । ସେମାନେ ହେଲେ ଇର୍ମା କୱାସୀ,ଇଡିଆପୁନେମ ଏବଂ ଏରା କୱାସୀ । ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସଂପୃକ୍ତ ଆସାମୀମାନଙ୍କୁ ଗିରଫ କରି ଗତ କାଲି କୋର୍ଟ ଚାଳାଣ କରିଥିବା ପ୍ରକାଶ । ତେବେ ହତ୍ଯା କାଣ୍ଡର ମୂଳ କାରଣ ହେଲା ଦୀର୍ଘ ଦିନ ହେଲା ବୁରୁଦା ଗାଁରେ ଗୁଣି ଗାରେଡି କରୁଥିବା ସନ୍ଦେହ କରାଯାଇଥିବା ଆସାମୀମାନେ ସ୍ବୀକାର କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment