ହଜିଯାଉଥିବା ଆମ ପାରମ୍ପାରିକ ଘୋଡ଼ାନାଚ।

ବୋଲଗଡ଼,୨୯/୧୧(ପିପିଟି):ସମୟ ଥିଲା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଯାନିଯାତ୍ରା କାର୍ଯ୍ୟକ୍ରମ ଅବା ବିଭିନ୍ନ ପର୍ବପର୍ବାଣୀ ହେଉ ଅବା ଲୋକ ନୃତ୍ୟ ଉତ୍ସବ ରେ ଦେଖିବାକୁ ମିଳୁଥିଲା ଘୋଡ଼ା ନାଚ। କିନ୍ତୁ ସମୟ ବଦଳିବା ସହ ଆଧୁନିକ ଯୁଗରେ ସେହି ପୂରାତନ କଳା ଐତିହ୍ୟ ହଜିବାକୁ ବସିଲାଣି। ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁନାହିଁ ଘୋଡ଼ା ନାଚ। ବାଦ୍ୟର ତାଳେ ତାଳେ ମା ବାସେଳୀ ବନ୍ଦନାରୁ ଆରମ୍ଭ କରି ବିଭିନ୍ନ ପୁରାଣରୁ ଗୀତ ଗାଇ ଘୋଡ଼ା ନାଚ ପ୍ରଦର୍ଶିତ ହେଉଥିଲା। ସେହି ଘୋଡ଼ା ନାଚର ଦୃଶ୍ୟ ଥିଲା ନିଆରା। ଯାହା କି ଘୋଡ଼ା ନାଚ ମାଧ୍ୟମରେ ମନୋ ରଂଜନ କରିବା ସହ ବିଭିନ୍ନ ପ୍ରକାରର ଗୀତ ଗାଇ ସମାଜକୁ ଭଲ ଭଲ ବାର୍ତ୍ତା ଦେଉଥିଲେ। କିନ୍ତୁ ବର୍ତ୍ତମାନ ଏହି ଲୋକ ନୃତ୍ୟ ପରମ୍ପରା ବିଲୁପ୍ତ ହେବାକୁ ବସିଛି। ସମାଜର ବିକାଶ କରିବା ପରେ ସେ କୌଳିକ ବୃତ୍ତି କୁ ଗ୍ରହଣ କରିବା ସମ୍ଭବ ହେଉନାହିଁ। ତତସହିତ ମନୋରଞ୍ଜନ ଦୁନିଆ ବହୁ ପରିମାଣରେ ଉନ୍ନତି କରିସାରିଛି। ଯାହା କି ପୁରୁଣା ନୃତ୍ୟ ଗୀତ ଶୈଳୀ କୁ ନେଇ ଲୋକମାନେ ଉତ୍ସୁକ ନାହାନ୍ତି। ଘୋଡ଼ା ନାଚ ଭଳି ସାଂସ୍କୃତିକ ପରମ୍ପରା ପତନ ଘଟିବାକୁ ବସିଛି। ଆଧୁନିକ ଯୁଗରେ ପାଶ୍ଚାତ୍ୟ ସଂସ୍କୃତି ଓ ଡିଜେର ବ୍ୟବହାର ହେବା ଫଳରେ ଏହି ଲୋକ କଳା ହଜିବାକୁ ବସିଲାଣି। ଏହି ଲୋକ କଳା ମଧ୍ୟରୁ ଏହି ଘୋଡ଼ା ନାଚ ସତେ ଯେମିତି ଲୋକ ଲୋଚନରୁ ଦୁରେଇବାକୁ ବସିଛି। ନଚେତ୍ ଆଗାମୀ ପିଢି ପାଇଁ ଏହି ଲୋକ କଳା ଘୋଡ଼ା ନାଚ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଏହି ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଲୋକ ସଚେତନତା ନିତ୍ୟାନ୍ତ ଜରୁରୀ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment