ବୋଲଗଡ଼,୦୩/୦୪(ପିପିଟି): ସମୟଥିଲା ମୁଣ୍ଡପୋତାକେଳା ପ୍ରତେକ ଗ୍ରାମରୁ ଗ୍ରାମ ବୁଲି ନିଜର କଳା କୌସଳ ପଦର୍ଶନ କଲେ ଘରେ ଚୁଲି ଜଳିଥାଏ । ବଡ଼ ବଡ଼ିଆ ବାବୁ ମାନଙ୍କ ଦୁଆରେ ହେଉ ଅବା ପ୍ରତେକ ଗ୍ରାମରେ ବୁଲି ବୁଲି କାଖରେ ଘୁଡୁକିଧରି ଦେହରେ ମାଟିବାଲି ବୋଳିହୋଇ ନାକରେ ଆମ୍ବଟାକୁଆ ମାରି ଓ ମୁଣ୍ଡରେ ରଙ୍ଗବେରଙ୍ଗର ପକ୍ଷୀମାନଙ୍କର ପର ଲଗା ହୋଇ ଥିବା ଖଜୁରୀ ପତ୍ରର ପଗଡି ଏବଂ ନିଜେ ତିଆରି କରିଥିବା ବଙ୍କା କାଠ ଖଣ୍ଡକୁ ଘୋଡାକରି ଗାଁ ଦାଣ୍ଡ ମଝିରେ ଘୁଡୁକି ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ନାଚ ଖେଳ କରିବାସହ ବିଭିନ୍ନ ଗୀତ ଗାଇଥାଏ। ନାଚ ଗୀତ ଶେଷରେ ନିଜର ଇଷ୍ଟଙ୍କୁ ମୁଣ୍ଡିଆମାରି ସମସ୍ତ ଦର୍ଶକଙ୍କୁ ମୁଣ୍ଡିଆ ମାରି ଗାଁ ମଝିରେ ନିଜେଗାତ ଖୋଳି ନିଜମୁଣ୍ଡକୁ ଗାତଭିତରେ ପୋତିଦେଇଥାଏ ।ଯାହାଫଳରେ ଲୋକମାନେ କିଛି ଖାଇବା ସହିତ ଚାଉଳ,ପନିପରିବା, ପଇସା,କିଛି ଲୁଗା ପଟା ଦେଇଥାନ୍ତି । ସେଥିରେ ତାର ଖୁସିରେ ପରିବାର ଚଳିଯାଏ। ଏହି ମୁଣ୍ଡପୋତା କେଳାମାନେ ସକାଳୁ ଘରୁ ବାହାରକୁ ବାହାରିଲେ କେତେବେଳେ ଘରକୁ ଫେରନ୍ତି ତାହା ସେମାନେ ମଧ୍ୟ ଯାଣିନଥାନ୍ତି। ବର୍ତ୍ତମାନ ଏହି ମୋବାଇଲ ଯୁଗରେ ଭିଡିଓ ଦେଖି ମନୋରଞ୍ଜନ କରୁଥିବା ବେଳେ ଯେତେବେଳେ ଏହି କଳା ପ୍ରଦର୍ଶନକୁ ଆଖି ସାମ୍ନା ରେ ଦେଖି ସମସ୍ତଙ୍କର ଲୋମ ଟାଙ୍କୁରି ଯାଇଥାଏ। ଏହାଦେଖିବାକୁ ଜେତିକି ସହଜ କରିବାକୁ ବହୁତ କଷ୍ଟ । କିନ୍ତୁ ବଡ ଦୁଃଖର ବିଷୟ ଏମାନେ ଆଧୁନିକ ଯୁଗରେ କୁଆଡ଼େ ହଜିଗଲେଣି । କାରଣ ଆଜିର ମୋବାଇଲ୍ ଏବଂ କଙ୍କ୍ରିଟ ରାସ୍ତା ଏମାନଙ୍କ ଜୀବନ ଜୀବିକା ଛଡେଇନେଇଛି। ଯାହା କି ବର୍ତ୍ତମାନ ସମୟରେ ଏକ ଜୀବନ୍ତ କଳା ବିଲୁପ୍ତ ହୋଇଗଲାଣି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)