ହକି ବିଶ୍ବକପ୍ ଟ୍ରଫିକୁ ଭଞ୍ଜନଗରରେ ସ୍ଵାଗତ ।

ଭଞ୍ଜନଗର,୨୮/୧୨(ପିପିଟି): ପୁରୁଷ ହକି ବିଶ୍ବକପ୍ ୨୦୨୩ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ହେଉଛି। ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ହକି ବିଶ୍ବକପ୍ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଛି। ଏହିଭଳି ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବିଶ୍ବକପ୍ ହକି ଟ୍ରଫିକୁ ସ୍ଵାଗତ କରାଯାଉଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବୁଧବାର ପୂର୍ବାହ୍ନ ୧୧ ଟାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପ୍ରସାଦ ଠାରେ ବିଶ୍ବକପ୍ ଟ୍ରଫି କୁ ସ୍ଵାଗତ କରାଯାଇଥିଲା। ଏହାପରେ ମୁଯାଗଡ଼, ଆର୍ ଟି ଓ ଅଫିସ, କେ ଏସ୍ ୟୁ ବି କଲେଜ ସମ୍ମୁଖରେ ଟ୍ରଫି କୁ ଛାତ୍ରୀ ଛାତ୍ର ଏବଂ ଅନ୍ୟମାନେ ସ୍ଵାଗତ କରିଥିଲେ। ଏହାପରେ ଭଞ୍ଜନଗର କଲେଜ ରୋଡ ଚକରା ବିଷୋୟୀ ଛକରେ ସ୍ଵାଗତ କରାଯିବା ପରେ ସହର ପରିକ୍ରମା କରିଥିଲା। ଏହି ସମୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନି,ଏସଡିପିଓ ଶୁଭ୍ରାଂଶୁ ମିଶ୍ର,ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଥାନା ଅଧିକାରୀ ଧୀରେସ ଦାସ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ,ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ସାମାଜିକ କର୍ମୀ ଶୂଳ ପାଣି ସତପଥୀ,କେଏସ୍ ୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ,ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଜୟରାମ ସେନାପତି,ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଫି କୁ ସ୍ଵାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଭଞ୍ଜନଗର ସହର ପରିକ୍ରମା କରିବା ପରେ ଟ୍ରଫିକୁ ବାଉଁଶଲୁଣ୍ଡି ଠାରେ ଆସିକା ତହସିଲଦାର ଏବଂ ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା।

Comments (0)
Add Comment