ସଡ଼କ ଦୁର୍ଘଟଣା:ଟ୍ରକ ସହିତ ଯାତ୍ରୀବାହୀ ବସ୍, ପିକଅପ୍ ଭ୍ୟାନ ଓ ମୋଟର ସାଇକଲ ଧକ୍କା, ବହୁ ଆହାତ, ୩ ଗୁରୁତର।

କୋଦଳା,୧୫/୧୧(ପିପିଟି): ଆଜି ସକାଳୁ ସକାଳୁ ଏକ ମର୍ମାତୁଦ ସଡ଼କ ଦୁର୍ଘଟଣାରେ ବହୁ ଯାତ୍ରୀ ଆହାତ ହୋଇଥିବା ଜଣାଅପଡ଼ିଛି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତରର୍ଗତ ଦେଓଗାଁ ନିକଟରେ ଆଜି ସକାଳ ୯.୩୦ ମିନିଟ ସମୟରେ ଭୁବନେଶ୍ୱର ଠାରୁ ଆସିକା ଯାଉଥିବା ଘରୋଇ ଯାତ୍ରିବାହୀ ମଣିବାବା ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଗାଡି ଭାରସାମ୍ୟ ହରାଇ ବସ ଯାଇ ଏକ ପିକଅପ ଭ୍ୟାନକୁ ଏବଂ ଟ୍ରକ ଯାଇ ଏକ ମୋଟର ସାଇକଲକୁ ଧକ୍କା ଦେଇଥିଲେ ଯାହା ଫଳରେ ବାଇକ ଚାଳକ ନାରାୟଣ ଜାନି , ଟ୍ରକ ଚାଳକ ହରି ପ୍ରଧାନ ଏବଂ ସେହିଗ୍ରାମର ଜଣେ ବ୍ୟକ୍ତି କୁନା ସାହୁ ଗୁରୁତର ହୋଇଥିଲେ ।ଖବର ପାଇ କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତିନିଜଣଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠେଇ ଦିଆଯାଇଥିଲା! ଏବଂ ଆହତ ହୋଇଥିବା ଅନ୍ୟ ବାସଯାତ୍ରୀ ଙ୍କୁ କବିସୂର୍ଯ୍ୟନଗର, ପୋଲସରା ଓ ବୁଢ଼ାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment