ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ।

କୋଦଳା,୨୬/୦୮(ପିପିଟି): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାୟତ୍ତ ସାଶନ ଦିବସରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେବା ନିମନ୍ତେ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପତ୍ର ସଂଖ୍ୟା ୨୫୦୨ ତା ୨୦/୦୮/୨୦୨୫ ଆନୁଯାୟୀ ୨୬ ତାରିଖ ମଙ୍ଗଳ ବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ତଥା ଓଡ଼ିଆ ରଚନା, ଇଂରାଜୀ ଭାଷଣ,ଚିତ୍ରାଙ୍କନ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ତାଲିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୋଦାଳକୁ ସୁପାରିଶ କରାଗଲା । ଆଜିର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଓ କାର୍ଯ୍ୟକ୍ରମର ସଂଯୋଜିକା ଓଡ଼ିଆ ବିଭାଗୀୟ ଅଧ୍ୟାପିକା ରଞ୍ଜୁବାଳା ନନ୍ଦଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment