ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ।

ବୋଲଗଡ,୦୨/୦୮(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ସମ୍ମିଳନୀକକ୍ଷରେ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ଟର ଦେବାଶିଷ ବାହିନୀପତି, ଡାକ୍ଟର ସୁବ୍ରତ ମହାପାତ୍ର, ଫାର୍ମାସିଷ୍ଟ ତୁଷାର ଜଗଦେବ ଯୋଗଦେଇ ବର୍ଷାଦିନେ ବିଭିନ୍ନ ସଂକ୍ରମିତରୋଗ ବୃଦ୍ଧି ପାଉଥିବା ବେଳେ କିଭଳି ଭାବରେ ନିଜକୁ ରକ୍ଷାକରିବା ପାଇଁ ପରିଷ୍କାର ପରିଚ୍ଛର୍ଣ୍ଣ ରହିବା, ଖାଇବା ପୂର୍ବରୁ ହାତକୁ ଧୋଇବା, ମଶାରୀ ଟାଙ୍ଗୀ ଶୋଇବା, ଘର ଚତୁଃପାର୍ଶକୁ ସଫା ସୁତରା ରଖିବା ଓ ଶରୀର ସୁସ୍ଥ ଓ ନିରୋଗ ରହିବା ପାଇଁ ସୁଷମ ଖାଦ୍ୟ ଓ ଯୋଗଆଦି ସମ୍ପର୍କରେ ସ୍ୱାସ୍ଥ୍ୟ ସଚେତନତା କରାଇଥିଲେ l ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବରେ ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ, ସଂମାନିତ ଅତିଥିଭାବେ ପଞ୍ଚାୟତକାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵପ୍ନେଶ୍ଵର ବେହେରା, ଜିଆରଏସ କାହ୍ନୁଚରଣ ପାଢ଼ୀ ଯୋଗଦେଇଥିବା ବେଳେ ଅଙ୍ଗନବାଡି ସୁପରଭାଇଜର ସତ୍ୟଭାମା ଦେବୀ, ସ୍ୱାସ୍ଥ୍ୟ କର୍ମୀ ସୁରେଖା ବେହେରା, ଉର୍ବଶୀ ରାଉତରାୟ ଓ ପ୍ରଭାତ ମହାରଣା ପ୍ରମୁଖ ଏହି କର୍ମଶାଳା କୁ ସହଯୋଗ କରି ପରିଚାଳନା କରିଥିଲେ l ଗୋପାଳପୁର ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡିକର୍ମୀ, ସହକର୍ମୀ ସମେତ ବହୁ ଜନସାଧାରଣମାନେ ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment