ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ।

ପୋଲସରା, ୧୨/୦୧(ପିପିଟି) : ଆଜି ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୋଲସରା ପ୍ରାଙ୍ଗଣରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ଯଥାବିଧି ଭାବେ ପାଳନ କରାଯାଇଅଛି । ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମନୋଜ କୁମାର ସାହୁ (ଅଧ୍ୟାପକ ପ୍ରାଣୀ ବିଜ୍ଞାନ ବିଭାଗ )ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟ, ଯୋଗ ଦେଇ ବିବେକାନନ୍ଦ ଙ୍କ ଜୀବନୀ ଉପରେ ମାର୍ଗ ଦର୍ଶନ କରିଥିଲେ । ଉକ୍ତ ଉତ୍ସବ ରେ ଅନୁଷ୍ଠାନ ର ସମ୍ପାଦକ ମାନ୍ୟ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ମାନ୍ୟ ଶ୍ରୀ ଅରୁଣ କୁମାର ଜେନା, ଉପଦେଷ୍ଟା ମାନ୍ୟ ଶ୍ରୀ ବିଭୂତି ଭୂଷଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ମାନ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ବ୍ରଜ ମୋହନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନ ର ବରିଷ୍ଟ ଆଚାର୍ଯ୍ୟ ଶ୍ରୀ ସୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରିଶେଷରେ ରାଷ୍ଟ୍ର ସଂଗୀତ ଗାନ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment