ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ମାଲକାନଗିରି ,୦୨/୦୮(ପିପିଟି) :ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ସଚିନ ପାୱାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ, ଉପ ଜିଲ୍ଲାପାଳ, ଦୁର୍ଯ୍ୟୋଧନ ଭୋଇ, ସିଡ଼ିଏମଓ, ଡ଼ା ଧନେଶ୍ଵର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ, ପୌର ପରିଷଦ ନିର୍ବାହୀ ଅଧିକାରୀ, ରାଜେନ୍ଦ୍ର ଖରା ଓ ତହସିଲଦାର, ଲଳିତ ବାଘ, ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଅଧ୍ୟାପକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ ଚଳିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ଡିଏନକେ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ଦିବସ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ମାଲକାନଗିରି ସଦର ମହକୁମାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ କରାଯିବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ଶିକ୍ଷାନୁଷ୍ଠାନ ଆଦି ରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ସକାଳ ୭:୩୦ ସମୟ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସକାଳ ୯:୧୫ ସମୟ ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସେହିପରି ଅଗଷ୍ଟ ୧୧ / ୧୨ ତାରିଖ ଦିନ ୩ଟା ରେ ଏବଂ ୧୩ ତାରିଖ ପୂର୍ବାହ୍ନ ୮ଟାରେ ଡିଏନକେ ଖେଳ ପଡ଼ିଆ ଠାରେ ପ୍ୟାରେଡ ଅଭ୍ୟାସ କରାଯିବ। ଏହି ଦିବସ ଅବସର ରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯିବ ।
ସେହିପରି ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ପ୍ୟାରେଡ ପଡ଼ିଆ ରେ ସଫେଇ, ବାରିକେଡିଂ , ସାଜସଜ୍ଜା, ପାନୀୟ ଜଳ ଯୋଗାଣ, ଟଏଲେଟ୍ ବ୍ୟବସ୍ଥା,ଆମ୍ବୁଲାନ୍ସ ତଥା ଆଶୁ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତିକରଣ , ଡାକ୍ତରଖାନା ତଥା ଅନ୍ୟାନ୍ୟ ସ୍ଥାନ ରେ ଫଳ ଓ ମିଷ୍ଠାନ ବଣ୍ଟନ ଆଦି ଉପରେ ଆଲୋଚନା କରାଯାଇଥିଲା । ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ସବୁ କାର୍ଯ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳତା ର ସହ ସମ୍ପାଦନ କରିବାକୁ ଜିଲ୍ଲାପାଳ ଶ୍ରୀ ପାୱାର ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment