ସ୍ୱାଧୀନତା ଦିବସ ଉପଲକ୍ଷେ ବକୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ।

ବେଗୁନିଆପଡା,୧୩/୦୮(ପିପିଟି):ବୁଧବାର ଦିବା ୧୧ ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉପଲକ୍ଷେ ବକୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଏବଂ ଏକାଡେମିକ ଅଧିକାରୀ ବିନୋଦ କୁମାର ମିଶ୍ର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜିର ବକୃତା ପ୍ରତିଯୋଗିତା ରେ ଅଧ୍ୟାପକ ସପନ କୁମାର ଦାଶ, ଲିପୁନ ମାଝୀ ଓ ରତ୍ନାକର ପ୍ରଧାନ ଓ ଦେଶାତ୍ମକ ବୋଧକ ସଂଗୀତ ପ୍ରତିଯୋଗିତା ପାଇଁ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ,ସାଗରିକା ଦାଶ ଓ ଗୃହଲକ୍ଷ୍ମୀ ସାହୁ ବିଚାରକ ଭାବେ ରହିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ରଞ୍ଜୁବାଳା ନନ୍ଦ ଆଜିର ପ୍ରତିଯୋଗିତାକୁ ସୁଚାରୁ ରୂପେ ସଂଚାଳନ କରିଥିଲେ । ଅନେକ ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment