ସ୍ୱାଧୀନତା ଦିବସ ଅବସରରେ ବିଧାୟକ ହିମାଂଶୁ ଶତାଧିକ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ ।

ଯାଜପୁର,୧୫/୦୮(ପିପିଟି): ଯାଜପୁର ଜିଲ୍ଲା ଜାରକା ଠାରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଏହି ପବିତ୍ର ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶତାଧିକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ କରିଥିଲି। ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ସ୍ୱାବଲମ୍ବନର ପଥକୁ ଆହୁରି ସୁଗମ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ବିଧାୟକ ସାହୁ କହିଛନ୍ତି ।ଏହା ସହିତ ଅଟୋ, ରିକ୍ସା ଓ ଟ୍ରଲି ଚାଳକ, ଆଶା କର୍ମୀ ଏବଂ ସାମ୍ବାଦିକ ଭାଇଭଉଣୀମାନଙ୍କୁ ସମ୍ବୋଧିତ କରି ସମାଜ ପ୍ରତି ସେମାନଙ୍କ ନିଷ୍ଠାପୂର୍ଣ୍ଣ ସେବା, ସହଯୋଗ ଓ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି ବିଧାୟକ ହିମାଂଶୁ । ସମାଜର ପ୍ରତ୍ୟେକ ବର୍ଗର ସଶକ୍ତିକରଣ, ସମ୍ମାନ ଓ ସ୍ୱାବଲମ୍ବନ ହିଁ ଆମର ପ୍ରାଥମିକତା। ସମସ୍ତଙ୍କ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ ବିଧାୟକ ହିମାଂଶୁ ।

 

Comments (0)
Add Comment