ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ।

ଭଞ୍ଜନଗର,୧୩/୦୨(ପିପିଟି): ସମସ୍ତଙ୍କ ପ୍ରିୟ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ନିଧନ ଦେଶ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେ ଦେଶ,ଜାତି,ଧର୍ମର ସୀମା ସରହଦ ଡେଇଁ ବିଶ୍ବ ହୃଦୟର ବିଶ୍ବ ଭାରତୀ ହୋଇ ପାରି‌ଥିଲେ।ଏଭଳି ଜଣେ ମହାନ ଗାୟିକାଙ୍କୁ ହରାଇ ତାଙ୍କର ବହୁ ପ୍ରଶଂସକ ନିରାଶ ହୋଇଥିଲେ। କିମ୍ବଦନ୍ତି ଲତା ଥିଲେ ଶାସ୍ତ୍ରୀୟ ସଙ୍ଗୀତର ସୁନିର୍ମଳ ସ୍ରୋତସ୍ବିନୀଙ୍କ ମହାପ୍ରୟାଣ ଅବସରରେ ଆନନ୍ଦ ସଙ୍ଗୀତାୟନ ଏବଂ ସାଂସ୍କୃତିକ ପରିଷଦ ମିଳିତ ଅନୁକୂଲ୍ୟରେ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା। ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଗୁରୁ ଅଶୋକ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁ ରବି ନାରାୟଣ ଦାଶ,ସଂସ୍କୃତିରତ୍ନ ନାରାୟଣ ମହାରଣା,ଶିକ୍ଷକ ସନ୍ତୋଷ ଜେନା,ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ,ପ୍ରଶାନ୍ତ ବିଷୋୟୀ ପ୍ରମୁଖ ଲତାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ୬୨ ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଦିବାକର,ରଶ୍ମିତା ଭୂୟାଁ,ସ୍ମିତାରାଣୀ ଗୌଡ,ସୁଧାଂଶୁରାଣୀ ଜେନା, ଅଭିଶେକ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment