ବୋଲଗଡ,୧୯/୧୦(ପିପିଟି);ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଅଂଚଳର ପାଟ୍ଟବଂଦ୍ଧ ଗ୍ରାମର ସୁନାମଧନ୍ୟ ବ୍ୟକ୍ତି ସମାଜସେବୀ ସାରଦା କାନ୍ତ ପଟ୍ଟନାୟକ ଗତ ପାଞ୍ଚ ତାରିଖରେ ସେ ଦେହତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ହେବା ଫଳରେ ଆମ ଅଞ୍ଚଳରେ ବହୁତ କ୍ଷତି ଘଟିଲା। ସେ ଆମ ଅଞ୍ଚଳର ରାସ୍ତା ଘାଟ ସ୍କୁଲ୍ ଓ ଡାକଘର ସ୍ଥାପନାରେ ତାଙ୍କର ବହୁତ ଅବଦାନ ଥିଲା। ଆଜି ସକାଳ ୧୯ତାରିଖ ସୋମବାର ତାଙ୍କ ଉଦ୍ଦେଶ୍ୟରେ ସୃତିସଭା ଅନୁଷ୍ଠିତ ହୋଇ ଅଛି । ଏଥିରେ ବହୁମାନ୍ୟଗନ୍ୟ ବ୍ୟକ୍ତି ଏ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କ ସୃତିଚାରଣ କରିଥିଲେ। ତାଙ୍କରି ଆତ୍ମା ସଦ୍ ଗତିଲାଭକରୁ ଭଗବାନଙ୍କ ନିକଟରେ ପାର୍ଥନା କରାଯାଇଥିଲା ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )