ସ୍ୱର୍ଗତ ସମାଜ ସେବୀ କାର୍ତ୍ତିକ ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ।

ବୋଲଗଡ଼,୧୨/୦୯(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଗରଗୁଆଁ ଗ୍ରାମପଞ୍ଚାୟତର ପାଟବନ୍ଧ ଗ୍ରାମର ସୁନାମଧନ୍ୟ ବ୍ୟକ୍ତି ସମାଜସେବୀ ଓ ପରିବେଶବିତ୍,ସାଗରଗୁଆଁ ସୋସାଇଟିର ପୂର୍ବତନ ସଭାପତି କାର୍ତ୍ତିକ ବାରିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସେ ଗରିବ, ଅସହାୟ,ଲୋକଙ୍କ ସହ ଭାଗି ମିତ୍ର ଥିଲେ। ୭୮ବର୍ଷ ବୟସରେ ଭୁବନେଶ୍ଵର ୬ନମ୍ବର ରେହୃଦ୍ ଘାତ ରେ ଦେହତ୍ୟାଗ କରିଥିଲେ। ତାଙ୍କର ଦେହାନ୍ତ ହେବା ଫଳରେ ବୋଲଗଡ଼ ଅଞ୍ଚଳର ବୁଦ୍ଧିଜୀବି ଏବଂ ସମାଜସେବୀ ମାନେ ସ୍ତବ୍ଦ ହୋଇଯାଇଥିଲେ।ସେ ଆମ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ବିପଦ ସମୟରେ ଅଣ୍ଟା ଭିଡ଼ି ଠିଆ ହେଉଥିଲେ ଓ ସାହାଯ୍ୟ ସହଯୋଗ ମଧ୍ୟ କରୁଥିଲେ।ତାଙ୍କର ସହଯୋଗରେ ବୋଲଗଡ଼ ଅଞ୍ଚଳରେ ଅନେକ ବୃକ୍ଷ ରୋପଣ ଓ ସମାଜର ବହୁ ମଙ୍ଗଳ କର୍ମ ମାନ କରାଇଥିଲେ। ତତ୍ ସହିତ ପରିବେଶର ଜଣେ ମଙ୍ଗଳ କାମନା ସୁପରିଚିତ ବ୍ୟକ୍ତି ବିଶେଷ ଥିଲେ ।ଆଜି ତାଙ୍କ ଉଦ୍ଦେଶ୍ୟ ରେ କୋଭିଡ଼ କଟକଣାକୁ ମାନି ସୃତିସଭା ଆୟୋଜନ ହୋଇଛି। ଏ ଥିରେ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି, ପୂର୍ବ ତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ,ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଏବଂ ଏହି ଅଞ୍ଚଳର ଜନସାଧାରଣ ଓ ମାନ୍ୟଗଣ୍ୟ ଉପସ୍ଥିତ ରହି ସ୍ବର୍ଗତ କାର୍ତ୍ତିକ ବାରିକଙ୍କର ସ୍ମୃତି ଚାରଣ କରିଥିଲେ। ତାଙ୍କର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପାର୍ଥନା କରାଯାଇଥିଲା।

ରିପୋର୍ଟ-(ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment