ସ୍ୱର୍ଗତ ଗୋଲଖ ଚନ୍ଦ୍ର ରାଉତ ରାୟଙ୍କ ଶୋକ ସଭା ପାଳନ।

ବୋଲଗଡ଼,୦୭/୦୫(ପିପିଟି); ରଣପୁର ଅଞ୍ଚଳର ଡିହଗାଁ ଗ୍ରାମର ସୁନାମଧନ୍ୟ ବ୍ୟକ୍ତି ସମାଜସେବୀ, ସିପିଏମ ର ଆଗଧାଡ଼ିର ଲଢ଼ୁଆ କର୍ମୀ ଥିଲେ ଗୋଲଖ ଚନ୍ଦ୍ର ରାଉତ ରାୟ (ବାବାଜୀ)ସିଏ କିଡିନ୍ ଜନିତ ରୋଗରେ ଛଅ ମାସ ହେବ ପୀଡ଼ିତ ଥିଲେ ଗତ ୨୭ ତାରିଖରେ ତେପନବର୍ଷ ବୟଷ ରେ ସେ ଦେହତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ହେବାଫଳରେ ରଣପୁର ଓ ବୋଲଗଡ଼ ଅଞ୍ଚଳରେ ବହୁତ କ୍ଷତି ଘଟିଲା। ସେ ଆମ ଅଞ୍ଚଳର କୃଷକମାନଙ୍କ ପାଇଁ ବହୁତ କିଛି କରିଅଛନ୍ତି ସେ ଜଣେ ଚାଷୀ ନେତାଥିଲେ ଏବଂ ଚାଷୀମାନଙ୍କୁ ଏକଜୁଟ କରି ପାରୁ ଥିଲେ। ତତ୍ ସହିତ ଆଧ୍ୟାତ୍ମିକ ବାଦୀ ଥିଲେ, ଗରିବ ଲୋକଙ୍କ ପାଇଁ ବିପଦ ସମୟରେ ଅଣ୍ଟା ଭିଡ଼ି ଠିଆ ହେଉଥିଲେ ଓ ସାହାଯ୍ୟ ସହଯୋଗ ମଧ୍ୟ କରୁଥିଲେ। ଆଜି ତାଙ୍କ ଉଦ୍ଦେଶ୍ୟରେ କୋଭିଡ କଟକଣା ର ନୀତିନିୟମ କୁମାନି ସୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଏ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ରାଉତରାୟଙ୍କର ସ୍ମୃତି ଚାରଣ କରି ଥିଲେ। ତାଙ୍କର ଆତ୍ମାର ସଦ୍ଦଗତି ଗତି ଲାଭ କରୁ ଭଗବାନଙ୍କ ନିକଟରେ ପାର୍ଥନା କରାଯାଇଥିଲା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment