ବୋଲଗଡ଼,୨୨/୦୭(ପିପିଟି): ବୋଲଗଡ଼ ବ୍ଲକ ବାଙ୍କୋଇ ବାସଭବନରେ ସ୍ବର୍ଗୀୟ ଅମୀୟ କୁମାର ପଟ୍ଟନାୟକ ସ୍ମୃତି ଚାରଣ ସଭା ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ତଥା ସହିଦ କାଳିଆ ଭୁଇଁ ମୁଳ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି ପରିଷଦ ବାଙ୍କୋଇ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡିଶାର ସୁନାମଧନ୍ୟ ଶିକ୍ଷକ ନେତା ସୁମନ୍ତ ଛୋଟରାୟ, ବିଶିଷ୍ଟ ସମାଜସେବୀ ବୋଲଗଡ଼ ଇତିହାସର ଲେଖକ ରବିନ୍ଦ୍ର କୁମାର ପରିଡା,ବିଶିଷ୍ଟ ଶିକ୍ଷକ ନେତା ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର,ବାଙ୍କୋଇର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଶିକ୍ଷକ ଜୟକୃଷ୍ଣ ଫତେସିଂହ ଏବଂ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ,ରତ୍ନାକର ପାଢୀ, ଗୁଣନିଧି ପାଇକରାୟ, ରମେଶ ଚନ୍ଦ୍ର ଜେନା, ଆଦିକନ୍ଦ ରାଉତରାୟ ,ଜୟକୃଷ୍ଣ ପରିଡା ପ୍ରମୁଖ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଅମୀୟ ପଟ୍ଟନାୟକ ଙ୍କର ବହୁବିଧ ପ୍ରତିଭାର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଅମାୟିକ ଛାତ୍ରବତ୍ସଳ ଓ ସମୟାନୁବର୍ତ୍ତି ଶିକ୍ଷକ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ବୋଲଗଡ଼ ଇତିହାସର ଲେଖକ ରବିନ୍ଦ୍ର କୁମାର ପରିଡା ବାଙ୍କୋଇ ଇତିହାସର ବହୁବିଧ ଆଲୋଚନା କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦଗତି କାମନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।