ସ୍ୱର୍ଗତଃ ପ୍ରଦୀପ ସାହୁଙ୍କ ଦ୍ଵାଦଶାହ ପୁଣ୍ୟ ତିଥି ପାଳନ।

ପୋଲସରା,୧୯/୧୦(ପିପିଟି): ପୋଲସରା କଳମ୍ବ ଗ୍ରାମର ବାସିନ୍ଦା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଦ୍ୱାଦଶାହ ଦିବସରେ ସୃତିଚାରଣ ସଭା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପରିବାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ସଭାରେ ଅତିଥିଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ,ବୁଗୁଡା ଏନ୍ଏସି ପୂର୍ବତନ ଉପନଗରପାଳ ସୁବ୍ରତ କୁମାର ପଟ୍ଟନାୟକ, ବିଜେପି ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନି, ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ବିଶିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସମେତ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତଃଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବାପରେ ୨ମିନଟ୍ ସମୟ ପାଇଁ ଆମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଘରେ ମଞ୍ଚାସୀନ ଅତିଥିମାନେ ପ୍ରଦୀପ ସାହୁଙ୍କ ମୃତ୍ୟୁରେ ଗଭିର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରଦୀପ୍ତ ସାହୁ ଜଣେ ଭଲ ମଣିଷ ଥିଲେ । ତାଙ୍କର ମୃତ୍ୟୁରେ କେବଳ କଳମ୍ବ ଗ୍ରାମ ନାହିଁ କି ପୋଲସରା ନାହିଁ ସମଗ୍ର ପୋଲସରା ନିର୍ବାଚନ ମଣ୍ଡଳୀ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ନେତୃବୃନ୍ଦ , ଶିକ୍ଷାବିତ୍ , ବୁଦ୍ଧିଜୀବୀ ମାନଙ୍କ ସମେତ ସରପଞ୍ଚ ତଥା ସମାଜସେବୀ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment