ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର ଅନୁଷ୍ଠିତ ।

କୋଦଳା,୨୩/୧୨(ପିପିଟି):ଶୁକ୍ରବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ପୋଷ୍ୟ ଗ୍ରାମ ଏସ ରାମଚନ୍ଦ୍ର ପୁର ଗ୍ରାମଠାରେ “ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର “ସେବା ଶିବିର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ସାଗରୀକା ଦାଶଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏସ ରାମଚନ୍ଦ୍ର ପୁର ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶିକ୍ଷାବିତ୍ତ କୈଳାଶ ଚନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀ ସୁଧାରାଣୀ ଦାଶ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମହାବିଦ୍ୟାଳୟର ୫୦ ଛାତ୍ରୀ ପ୍ରତ୍ୟକ ଦିନ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେବା ସହିତ ମନ୍ଦିର, ବିଦ୍ୟାଳୟ,ରାସ୍ତାଘାଟ ସଫେଇ କରିବା ଲକ୍ଷ ନେଇ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାଅପଡ଼ିଛି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୨ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ରେ ଉଦଯାପନୀ ହେବ ବୋଲି ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି, ପରିଚାଳନା କମିଟି ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା,ଓଡ଼ିଆ ବିଭାଗ ଅଧ୍ୟାପକ ସାଗର ଚାନ୍ଦ ପାତ୍ର କାର୍ଯ୍ୟକ୍ରମକୁ ଭିଜିଟ କରିବା ସହିତ ଛାତ୍ରୀ ମାନଙ୍କୁ ସେବା ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment