ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ।

ବ୍ରହ୍ମପୁର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ହିଞ୍ଜିଳି ବ୍ଲକ ରେ ଆରମ୍ଭ ହୋଇଯାଇଛି । ଏହି ସ୍ୱଚ୍ଛତା ଅଭିଯାନ ୧୫-୦୯-୨୦୨୨ଠାରୁ ୦୨-୧୦-୨୦୨୨ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟକ୍ରମ ଚାଲୁ ରହିବ ।ଏହି ଅଭିଯାନ ପରିପେକ୍ଷି ରେ ପ୍ରଥମ ଦିବସରେ ସିକିରି , ଭାବନ୍ଧ , ବଡ଼ଖଣ୍ଡି ଓ କଞ୍ଚୁରୁ ଏହି ଚାରୋଟି ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ ପ୍ରଚାର ଏବଂ ପ୍ରଶିକ୍ଷଣ ସହ ଅଞ୍ଚଳର ସ୍କୂଲ , ପଞ୍ଚାୟତ ଅଫିସ , ରାସ୍ତାଘାଟ, ବିଭିନ୍ନ କାର୍ଯ୍ୟାଳୟ , ନାଳ , ପୋଖରୀ ଆଦି ସଫେଇ କରାଯିବସହ ସ୍ୱଚ୍ଛତା ପ୍ରତି ନିଜେ ଜାଗ୍ରତ ହେବାପାଇଁ ଏକ ପ୍ରଶିକ୍ଷଣ ପ୍ରଚାର କରାଯାଇଥିଲା । ଏହି ଅବସରରେ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ନେତୃତ୍ୱରେ ତଥା ଜଳ ଓ ପରିମଳ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ,ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାୟକ ,କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ନେତୃତ୍ୱରେ ଅଭିଯାନ ପରିଚାଳିତ ହୋଇଥିଲା । ଏଥିସହ ସମ୍ପୃକ୍ତ ପଞ୍ଚାୟତ ମାନଙ୍କର ସମିତିସଭ୍ୟ/ସଭ୍ୟା ,ସରପଞ୍ଚ ,ୱାର୍ଡ଼ ମେମ୍ବର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବହୁ ବରିଷ୍ଠ ନାଗରିକ, ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟଟିକୁ ପରିଚାଳିତ କରିଥିଲେ । ପ୍ରଥମ ଦିବସର କାର୍ଯ୍ୟ ଶୃଙ୍ଖଳିତ ରୂପେ ପରିଚାଳିତ ହୋଇଥିବାରୁ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )

Comments (0)
Add Comment