ସ୍ୱଚ୍ଛତା ହିଁ ସେବା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୯/୦୯(ପିପିଟି):ଭଞ୍ଜନଗର ସହରକୁ ଶରସ ସୁନ୍ଦର କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ୧୭ତାରିଖ ଠାରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହା ଆସନ୍ତା ମାସ ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ।ଏହି ଅବସରରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏନଏସି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା କାର୍ଡ଼ ଓ ସ୍ୱଚ୍ଛତାକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଖାଲା ସାହି ଛକ ଏବଂ ହାଇସ୍କୁଲ ଛକ ଦେଇ ବିଦ୍ୟାଳୟରେ ପହଞ୍ଚିବା ପରେ ପରିସରରେ ଥିବା ସମସ୍ତ ଅଳିଆ ଓ ଆବର୍ଜନାକୁ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଇଓ ମୁରଲୀ କୃଷ୍ଣ ପଣ୍ଡା,ପରିମଳ ବିଶେଷଜ୍ଞ ଅମ୍ରିତା ନାୟକ,କର୍ମଚାରୀ ଅଶୋକ ପ୍ରଧାନ ଓ ଅନ୍ୟାନ୍ୟ କାଉନସିଲରମାନେ ଉପସ୍ଥିତ ରହି ସାମୁହିକ ସଫେଇ କାର୍ଯ୍ୟ କରିଥିଲେ।ଏହାପରେ ବିଦ୍ୟାଳୟର ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ୱଚ୍ଛତା ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଗାନ୍ଧୀ ଜୟନ୍ତୀରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment