ସ୍ଵୟଂ ସହାୟିକା ଗୋଷ୍ଠୀକୁ ୫୦ ହଜାର ଟଙ୍କା ପୁରସ୍କାର ।

ମାଲକାନଗିରି,୦୩/୦୫(ପିପିଟି):ଆଜି ଜିଲ୍ଲା ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆଜାଦୀ କା ଅମୃତ ମହୋତ୍ସବର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ କାଲିମେଳା ବ୍ଲକ ସ୍ଥିତ ତେଲେରାଇ ଗ୍ରାମ ପଞ୍ଚାୟତର, ଏମ.ଭି.- ୭୭ ଗ୍ରାମର “ବିଶ୍ଵ ମା’ ଜଗଦ୍ଧାତ୍ରୀ ସ୍ଵୟଂ ସହାୟିକା ଗୋଷ୍ଠୀ” କୁ ଜିଲ୍ଲାର ସଫଳ ପାନ ଚାଷୀ ଭାବରେ ମାନ୍ୟତା ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ରାଶି ବାବଦକୁ ୫୦ ହଜାର ଟଙ୍କାର ଚେକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମ୍ପୃକ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ରତ୍ନାକର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମାଲକାନଗିରି ଯୋଗ ଦେଇ ସ୍ଵୟଂ ସହାୟିକା ଗୋଷ୍ଠୀଦ୍ଵାରା ଅଧିକ ଜମିରେ ପାନ ଚାଷ ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ମାଲକାନଗିରି ମଧ୍ୟ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବସନ୍ତ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ,କାଲିମେଳା, ଅନୁରାଧା ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପବିତ୍ର ମୋହନ ବାରା, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡିଶା ଜୀବିକା ମିଶନ ନିରଞ୍ଜନ ତାଙ୍ଗାରଙ୍ଗା,ଜିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନଶକ୍ତି ବାଲାଜୀ ପଟ୍ଟନାୟକ, କାର୍ଯ୍ୟକ୍ରମ ପରିଚାଳକ,ମାଲକାନଗିରି ଏବଂ ଅନ୍ୟାନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ।
ସଭା ଶେଷରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗୋଲକ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment