ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର ।

ରାୟଗଡା, ୧୦/୦୩(ପିପିଟି); ରାୟଗଡ ଜିଲ୍ଲା ଗୁଣପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ସୌଜନ୍ୟରେ ରାମନାଗୁଡା,ଗୁଡାରି ଗୁଣପୁର ଓ ପଦ୍ମପୁର ବ୍ଲକ ର ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ୭ ଦିନିଆ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଉଦ୍ୟାନ ବିଭାଗ ଓ ମିଶନ ଶକ୍ତି ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି।ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ପାଇଁ କରିଥିବା ପ୍ରୟାସ ନିଶ୍ଚିତଭାବେ ଆମ ଅଞ୍ଚଳରେ ମହିଳା ଚାଷୀଙ୍କ ଜୀବନ ଜୀବିକା ରେ ସୁଧାର ଆଣିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଗୁଣପୁର ସହକାରୀ ଉଦ୍ୟାନ ନିର୍ଦେଶକ ପ୍ରଶାନ୍ତ ଖଟୁଆ ଗୋଷ୍ଠୀର ସଦସ୍ୟାଙ୍କୁ ଏଠାରେ ପ୍ରଶିକ୍ଷଣ ନେଇ ସଠିକ ଉପାୟ ଓ ଜ୍ଞାନ କୌଶଳ ସହ ଚାଷ କରି ସରକାରଙ୍କ ଏହି ଯୋଜନାକୁ ସଫଳ କରିବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ରାଜୀବ ଟୁଡୁ,ଅମୀୟ ଜ୍ୟୋତି ମାଝୀ, ସ୍ୱର୍ଣ୍ଣ ସାରିକା ବେହେରା,ରାମନାଗୁଡା ଓ ଗୁଣପୁର ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା,ନିରଞ୍ଜନ ଦ୍ବିବେଦୀ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ।ବିଧାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡାଙ୍କ ଉପସ୍ଥିତରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଛତୁ ମଞ୍ଜି,ସ୍ପ୍ରେୟର,ସେଡ ନେଟ ଏବଂ ଛତୁ ଚାଷ ସମ୍ବନ୍ଧୀୟ ବହି ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ ର ମନସ୍ୱିନୀ ଶବର ନିରୂପମା ବାଉରୀ ଓ ଅକ୍ଷୟ କୁମାର ପଣ୍ଡା ପରିଚାଳନା କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment