ଦିଗପହଣ୍ଡି , ୧୨/୦୧ (ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାଇଡା ଗ୍ରାମ ଅଧିନ ସ୍ଵାମୀ ଚିଦାନନ୍ଦ ବଦ୍ରିକା ଆଶ୍ରମ ଗୋ ଶାଳାରେ ଆଜି ଭୀଷ୍ମଗିରି ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗୋ ଶାଳାରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଗାଈ ବାଛୁରୀ ଅଛନ୍ତି ତେବେ ଏହି ଗୋ ମାତା ମାନଙ୍କ ଏବେ ଚଟୁଆ ଫୁଲା ରୋଗ ଦେଖାଦେଇଛି । ଏହା ଦେଖି ଆଶ୍ରମ ମହାରାଜ ସ୍ଵାମୀ ସର୍ଣିଷ୍ଟା ନନ୍ଦ ସରସ୍ଵତୀ ଭୀଷ୍ମଗିରି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ ଙ୍କୁ ଅବଗତ କରାଇଥିଲେ । ଖବର ପାଇ ଡ଼ଃ ପାଣିଗ୍ରାହୀ ଗୋ ଶଳାରେ ପହଞ୍ଚି ଗାଈ ମାନଙ୍କୁ ଚଟୁଆ ଫୁଲା ରୋଗର ଟିକା କରଣ କରିଛନ୍ତି । ଏହି ରୋଗ ଏବେ ଧୀରେ ଧୀରେ ଗାଈ ମାନଙ୍କୁ ଆକ୍ରମଣ କରୁଥିବା ଡ଼ଃ ପାଣିଗ୍ରାହୀ କହିଛନ୍ତି । ଏହି ସମୟରେ ଗାଈ ମାନଙ୍କୁ ଅତି ଶୀଘ୍ର ଟିକା କରଣ କରିଦେଲେ ଗାଈ ମାନେ ଚଟୁଆ ଫୁଲା ରୋଗରୁ ମୁକ୍ତି ପାଇପାରିବେ ବୋଲି ଡଃ ପାଣିଗ୍ରାହୀ କହିଛନ୍ତି । ଭୀଷ୍ମଗିରି ଅଞ୍ଚଳରେ ହାରାହାରି ୮୦ ଭାଗ ଟିକା କରଣ ହୋଇସାରିଛି ଆଉ ୨୦ ଭାଗ ଦୁଇ ଦିନ ଭିତରେ ଟିକା କରଣ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଡ଼ଃ ପାଣିଗ୍ରାହୀ । ଭୀଷ୍ମଗିରି ଅଞ୍ଚଳରେ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ ଯେବେ ଠାରୁ ଆସିଛନ୍ତି ପଶୁ ପକ୍ଷୀ ମାନଙ୍କ କୌଣସି ସମସ୍ୟା ଦେଖା ଦେଇନି କାହିଁକି ନାଁ ସେ ଠିକ୍ ସମୟରେ ଗାଁ ଗାଁ ବୁଲି ଲୋକ ମାନଙ୍କୁ ସଚେତନ କରାଇବା ସହ ସଠିକ୍ ସମୟରେ ଟିକା କରଣ କରୁଛନ୍ତି ଯାହାଫଳରେ ପଶୁ ପକ୍ଷୀ ମାନଙ୍କ ସମସ୍ୟା ଦେଖା ଯାଉନାହିଁ । ଟୀକା କରଣ ସମୂର୍ଣ୍ଣ ମାଗଣା ରେ ହେଉଥିବା ଡଃ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆଜିର ଏହି ଟିକା କରଣ କାର୍ଯ୍ୟକ୍ରମରେ ଭୀଷ୍ମଗିରି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ଫାଶୀଗୁଡା ପ୍ରାଣୀ ଚିକିତ୍ସା ଅଧିକାରୀ ବଳରାମ ମହାରଣା ଉପସ୍ଥିତ ରହି ଏହି ଟିକା କରଣ କରିଥିବା ବେଳେ ଆଶ୍ରମର ସଭାପତି ସ୍ଵାମୀ ସର୍ଣିଷ୍ଟା ନନ୍ଦ ସରସ୍ଵତୀ ପ୍ରମୁଖ ଉପସ୍ଥିତ ଥିଲେ । ଗାଈ ମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ମେଡିସିନ , ପାଉଡର ଡାକ୍ତର ମାଗଣାରେ ପ୍ରଦାନ କରିଥିଲେ ।
ରିପୋର୍ଟ -ଆରତ କୁମାର ହୋତା