ସ୍ଵଳ୍ପ ସଞ୍ଚୟ ଅଭିକର୍ତାଙ୍କ ଆର୍ଥିକ ସାକ୍ଷରତା ଶିବିର ।

ବ୍ରହ୍ମପୁର,୨୩/୦୯(ପିପିଟି):ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଆଜି ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନର ବରିଷ୍ଠ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଯୋଗ ଦେଇ ସ୍ଵଳ୍ପ ସଞ୍ଚୟ ଓ ବୀମାର ଅନେକ ଯୋଜନା ର ଆଲୋକପାତ କରିଥିଲେ ଓ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ଭଞ୍ଜନଗର ଉପଖଣ୍ଡର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସନ୍ତୋଷ କୁମାର ରଥ ଡିଜିଟାଲ କାରବାର ଓ ସାଇବର କ୍ରାଇମ ଉପରେ ଖୁବ୍ ସୁନ୍ଦର ଓ ସରଳ ଭାବରେ ଅବଗତ କରିଥିଲେ । ଇଣ୍ଡିଆନ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କର ଅଧିକାରୀ ତିଳୋତ୍ତମା ଦେବୀ ଚିଟଫଣ୍ଡ ସଂସ୍ଥା ର ଅପକରିତା ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବ୍ରହ୍ମପୁର ଉପଖଣ୍ଡର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହି ବୈଠକରେ ବ୍ରହ୍ମପୁର ର ସ୍ଵଳ୍ପ ସଞ୍ଚୟ ଅଭିକର୍ତା ମାନେ ଉପସ୍ଥିତ ଥିଲେ ।

Comments (0)
Add Comment