ସ୍ଵର୍ଗତ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ସାହୁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ସ୍ମୃତିଚାରଣ ସଭା ଏଵଂ ସତସଙ୍ଗ।

ପୋଲସରା ,୦୮/୧୦(ପିପିଟି): ପୂର୍ବତନ ପୋଲସରା ବ୍ଲକ୍ ଅଧ୍ୟକ୍ଷ ସ୍ଵର୍ଗତ ପ୍ରଦୀପ ସାହୁଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଦିବସ ପାଳିତ ହୋଇଯାଇଛି। ଚଳିତ ମାସ ୭ ତାରିଖ ମଙ୍ଗଳବାର ପବିତ୍ର କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତାରମ୍ଭ ଦିବସରେ କଳମ୍ବ ଗ୍ରାମସ୍ଥିତ ବାସଭବନରେ ପରିବାର ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାନ ଭ୍ରାତା ତଥା ଅଧ୍ୟାପକ ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂର୍ବତନ ସରପଞ୍ଚ ତଥା ଶିକ୍ଷାବିତ୍ କାଶୀନାଥ ସାହୁ ଓ କାଳୁ ଚରଣ ପ୍ରଧାନ,ଶିକ୍ଷକ ସନ୍ତୋଷ କୁମାର ସାହୁ, କଳମ୍ବ ସେବା ସମବାୟ ସମିତିର ସଭାନେତ୍ରୀ କୁନି ପ୍ରଧାନ,ପ୍ରଭାକର ପ୍ରଧାନ, ପର୍ଶୁରାମ ପ୍ରଧାନ, ଘନଶ୍ୟାମ ସାହୁ,ଗଣପତି ପ୍ରଧାନ, ବିଶ୍ବନାଥ ସାହୁ, ରବିନାରାୟଣ ସାହୁ,ପ୍ରଭାକର ସାହୁ,ଓ ସିମାଞ୍ଚଳ ପ୍ରଧାନ ଯୋଗଦେଇ ସ୍ଵର୍ଗତଙ୍କ ପ୍ରେରଣାଦାୟୀ ଆଦର୍ଶ ଓ କର୍ମମୟ ଜୀବନକୁ ନେଇ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ସ୍ଵର୍ଗତ ସାହୁଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରାଯିବାପରେ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମୀନଟ ନୀରବ ପ୍ରାର୍ଥନା ଏଵଂ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଦିଆଯାଇଥିଲା। ଏହି ଅବସରରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟଦର୍ଶନ ସଂଘ କଳମ୍ବ ତରଫରୁ ସଂଘର କର୍ମକର୍ତ୍ତା ଏଵଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ତରଫରୁ ସତସଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀମାନେ ଯୋଗଦେଇଥିଲେ। ଶେଷରେ ପରିବାର ତରଫରୁ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment