ସ୍ଵର୍ଗତ କଳ୍ପତରୁ ଦାସଙ୍କ ୧୦ତମ ଶ୍ରାଦ୍ଧ ବାର୍ଷିକ ପାଳିତ।

ଯାଜପୁର,୨୫/୦୭(ପିପିଟି):ବିଶିଷ୍ଟ ଜନନାୟକ ତଥା ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ୱର୍ଗର୍ତ କଳ୍ପତରୁ ଦାସଙ୍କ ୧୦ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆଜି ସକାଳ ୧୦ ଘଟିକା ସମୟରେ ଧର୍ମଶାଳା ଭବନ, ନେଉଳପୁର ଠାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ପ୍ରିୟନାଥ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଇଂ. ପ୍ରିତିରଞ୍ଜନ ଘଡାଇ, ଯାଜପୁର ପୂର୍ବତନ ସାଂସଦ ରୀତା ତରାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ଯକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଜୋନ-୧୪ ଜଳଧର ମହାନ୍ତି, ବଡଚଣା ବିଜେଡି ବ୍ଲକ୍ ସଭାପତି ତାପସ ରଞ୍ଜନ ରାୟ, ଧର୍ମଶାଳା ବିଜେଡି ବ୍ଲକ୍ ସଭାପତି ପ୍ରସନ୍ନ ରାଉତ, ସୁରେନ୍ଦ୍ର ପଣ୍ଡା, ସନ୍ତୋଷ ଜେନା, ଉତ୍କଳମଣୀ ଦାସ, ଅମରେନ୍ଦ୍ର ରାୟ, ଦୁଶାସନ ସାହୁ, ରାଜକିଶୋର ମହାନ୍ତି ଯୋଗଦେଇଥିବା ବେଳେ ସୁଧାଂଶୁ ଭୂଷଣ ସାହୁ, ଜିଲ୍ଲାପରିଷଦ ସଭ୍ୟା ପ୍ରଣତୀ ଲେଙ୍କା ଓ ୩୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମମତା ଖୁଆ, ଲୋକନାଥ ପଣ୍ଡା,ଚନ୍ଦ୍ରଶେଖର ସ୍ଵାଇଁ, ଅଶ୍ବିନୀ ଦାସ ଯୋଗଦେଇଥିଲେ । ଏହି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ବକ୍ତବ୍ୟରେ କହିଥିଲେ – ଆଜି ଯଦି ରାଜ୍ୟରେ ଧର୍ମଶାଳା ପ୍ରଗତୀର ପ୍ରୟୋଗଶାଳା ହୋଇଛି ତାହା କେବଳ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପାଇଁ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ବକ୍ତବ୍ୟରେ କହିଥିଲେ- ମୋର ବାପା ସ୍ଵର୍ଗତ କଳ୍ପତରୁ ଦାସଙ୍କ ଅବଦାନ ଧର୍ମଶାଳା ବାସୀଙ୍କ ପାଇଁ ରହିଛି । ଯେତେବେଳେ ସ୍ୱର୍ଗତ କଳ୍ପତରୁ ଦାସ ଧର୍ମଶାଳାର ବିଧାୟକ ଥିଲେ ସେତେବେଳେ ସେ ଧର୍ମଶାଳାର ବିକାଶର ସ୍ଵପ୍ନ ଦେଖୁଥିଲେ ଓ ମୁଁ ୨୦୧୪ ମସିହାରେ ବିଧାୟକ ହେବାପରେ ମୋର ବାପାଙ୍କ ସ୍ଵପ୍ନ ପୂରଣ କରିବାପାଇଁ “ଧର୍ମଶାଳା ବିକାଶର ପ୍ରୟୋଗଶାଳା”କୁ ମୁଁ ଆଗକୁ ନେଇଛି । ଧର୍ମଶାଳା ବାସୀଙ୍କର ଭଲପାଇବା ଏପର୍ଯ୍ୟନ୍ତ ବି ମୋ ପ୍ରତି ରହିଛି ଏବଂ ମୁଁ “ଜୀବନର ଶେଷ ରକ୍ତବିନ୍ଦୁ ଥୂବାଯାଏଁ ଧର୍ମଶାଳା ବାସୀଙ୍କ ସେବା କରିବି” ଆପଣ ମାନଙ୍କ ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ଆର୍ଶିବାଦ ରହିଥିଲେ କିଛି ପଦବୀ ନଥିଲେ ମଧ୍ଯ ଧର୍ମଶାଳାକୁ ଆଗକୁ ନେଇ ପାରିବି ବୋଲି ପ୍ରଣବ ବଳବନ୍ତରାୟ ଜନସାଧାରଣଙ୍କୁ ଉକ୍ତ ସଭାରେ କହିଥିଲେ । ସ୍ୱର୍ଗତ କଳ୍ପତରୁ ଦାସଙ୍କୁ ଭଲ ପାଉଥିବା ହଜାର ହଜାର ଜନସାଧାରଣ ଯୋଗଦେଇଥିବା ବେଳେ ଶେଷରେ ନିରଞ୍ଜନ ବଳ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment