ସ୍ବେଛାସେବୀ ମାନଙ୍କ ତରଫରୁ ବ୍ଳକ ଟପ୍ପର ସୌମ୍ୟରଞ୍ଜନ ସମ୍ବର୍ଦ୍ଧିତ ।

ପୋଲସରା,୨୦/୦୫(ପିପିଟି):ଚଳିତ ୧୦ମ ଶ୍ରେଣୀ ପରୀକ୍ଷା ପ୍ରକାଶିତ ଫଳ ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ, ନିମିନା ଗ୍ରାମର ବାସିନ୍ଦା ନରେନ୍ଦ୍ର କୁମାର ସାହୁ ସାହୁଙ୍କ ସୁପୁତ୍ର,ସୌମ୍ୟରଞ୍ଜନ ସାହୁ ମୋଟ ୫୬୦ ମାର୍କ ରଖି ସମଗ୍ର ପୋଲସରା ବ୍ଳକ ସର୍ବୋଚ୍ଚ ସ୍ଥାନ ରଖି ଉର୍ତ୍ତିନ୍ନ ହୋଇଛନ୍ତି ସେ ଗତ , ୨୦୨୨-୨୩ ଶିକ୍ଷା ବର୍ଷରେ ଉକ୍ତ ନିମିନା ଗ୍ରାମପଞ୍ଚାୟତ ସାନ ବରଗାଁ ସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ ସୌମ୍ୟରଞ୍ଜନ ଏକକ କୃତିତ୍ୱ ହାସଲ ଯୋଗୁଁ ସମଗ୍ର ପୋଲସରା ବ୍ଳକ ଜିଲ୍ଲା ସ୍ତରରେ ସୁନାମ ଅର୍ଜନ ହୋଇଥିବା କୁ ନେଇ ଆଜି ପୋଲସରା ବ୍ଳକର ସନ୍ତୋଷ କୁମାର ସ୍ବାଇଁ, ନାରାୟଣ ସାହୁ, ସିମାଞ୍ଚଳ ଡାକୁଆ,ଶଙ୍କରର୍ଷଣ ପ୍ରଧାନ,ନିଗମାନନ୍ଦ ସାହୁ,ରାକେଶ କୁମାର ସାହୁ,ଦୀପକ କୁମାର ସେଠୀ, ପ୍ରମୁଖ ଯୁବ ସ୍ଵେଚ୍ଛାସେବୀମାନେ ମିଳିତ ଭାବେ ସୌମ୍ୟରଞ୍ଜନ ବାସଗୃହ ଯାଇ ପିତା ମାତା ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ଉତ୍ତୋରିଅ ରେ ସମ୍ବର୍ଦ୍ଧତ କରିବା ସହ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ର ପ୍ରଦାନ କରିଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ଵେଚ୍ଛାସେବୀ ମାନଙ୍କ ଏ ଦୃଶ ଉତ୍ସାହ ଏବଂ ପ୍ରେରଣା ଦାୟୀ କାର୍ଯ୍ୟର ଭୁରି ଭୁରି ପ୍ରଶଂସା କରାଯାଇଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment