କୋଦଳା,୦୯/୦୮(ପିପିଟି): ଜଣାଶୁଣା ସ୍ବେଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ ସଂଗଠନ” ପକ୍ଷରୁ ଆଜି ବେଗୁନିଆପଡା ବ୍ଲକ ଦିଗାପଡା ପଞ୍ଚାୟତର ଧନଞ୍ଜୟ ପୁର ଗ୍ରାମର ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିବା ବାସନ୍ତୀ ପଣ୍ଡାଙ୍କ ଘରେ ପହଞ୍ଚି ତାଙ୍କ ସହିତ କିଛି ମୁହୂର୍ତ୍ତ ଆଲୋଚନା କରି ରନ୍ଧାଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ବାସନ୍ତୀଙ୍କର ନିଜର ବୋଲି କେହି ନଥିବା ବେଳେ ସଂଗଠନର ଏହି ସାହାଯ୍ୟ ସହଯୋଗ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି !ଏହି ସଂଗଠନରେ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ, ଗୌରହରୀ ପୋଲାଈ, ସୋମେଶ ପାତ୍ର, ଗୋପବନ୍ଧୁ ଆଚାରୀ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )