ସ୍ବେଛାସେବୀଙ୍କ ସହଯୋଗରେ ଆରୋଗ୍ଯ ହେଲେ ଦଇମତୀ ।

ମାଲକାନଗିରି,୦୩/୦୬(ପିପିଟି): ୧୦ ବର୍ଷୀୟ ଝିଅ ଦଇମତି କବାସି, ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲୀ ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ ଝିଅଟିର ପେଟ ବ୍ୟଥା କାରଣରୁ ବାପା ତାକୁ ନିକଟସ୍ଥ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବାଲିମେଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାରେ ସ୍ଵାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଦେଖିବାରୁ ପରବର୍ତ୍ତୀ ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦଇମତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କଟକରୁ ଆସିଥିବା ଏୟାର ଆମ୍ବୁଲାନ୍ସ ସ୍ଵତନ୍ତ୍ର ଚିକିତ୍ସକ ପରୀକ୍ଷା କରିବାରୁ ଜାଣିବାକୁ ପାଇଥିଲେ ଛୋଟ ଝିଅଟିର ମୂତ୍ରନଳୀରେ ପଥର ବା ଷ୍ଟୋନ୍ ହୋଇଛି । ସେପଟେ ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ। ବୋଝ ଉପରେ ନଳିତା ବିଡା ପରି ଝିଅର ସ୍ବାସ୍ଥ୍ୟବସ୍ଥା ବାପା ମାଆଙ୍କ ମାନସିକ ସ୍ତରରେ ବିବ୍ରତ କରିଥିଲା । ଏଭଳି ଏକ ଦାରୁଣ ପରିସ୍ଥିତିରେ ଏହି ଘଟଣା ନିକଟସ୍ଥ ସହର ବାଲିମେଳାରେ ସକ୍ରିୟ ରୂପେ ସମାଜ ସେବା କରୁଥିବା ଏକ ସ୍ବେଚ୍ଛସେବୀ ସଂଗଠନ ସହଯୋଗ ଟିମ୍ ପାଖରେ ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଝିଅଟିର ପରିବାରର ଆର୍ଥିକ ସ୍ଥିତି ମଧ୍ଯ ଅନୁଧ୍ୟାନ କରିଥିଲେ । ତେବେ ଗତ ୩ ମଇ ରେ ସହଯୋଗ ଟିମର ସଭାପତି ପି.ସରୋଜିନୀ ଚନ୍ଦ୍ରନ୍ ଦଇମତିକୁ କଟକ ଏସ୍.ସି.ବି.ମେଡ଼ିକାଲ ନେଇଥିଲେ । ପରେ ୬ ମଇ ୨୦୨୨ ରେ ୟୁରୋଲୋଜୀ ବିଭାଗରେ ସଫଳତା ପୂର୍ବକ ତାର ଅସ୍ତ୍ରୋପଚାର ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଦେଖି ବାପାମାଆଙ୍କ ଖୁସି କହିଲେ ନ ସରେ । ସଭାପତି ସରୋଜିନୀ ଦିଦି ଏ ଘଟଣାର ସମସ୍ତ ଶ୍ରେୟ କଟକର ଅନ୍ୟ ଏକ ସ୍ବେଚ୍ଛାସେବୀ ସଂଗଠନ ୱି କେୟାର୍” ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତି ତଥା କଟକ ବଡ଼ ମେଡ଼ିକାଲର ଡ଼ାକ୍ତରମାନଙ୍କୁ ଦେଇଥିବା ବେଳେ ସରୋଜିନୀ ଦିଦି ଓ ”ସହଯୋଗ ଟିମ୍”ର ଏଭଳି ନିସ୍ଵାର୍ଥପର ସେବାକୁ ବାଲିମେଳା ତଥା ମାଲକାନଗିରି ଜିଲ୍ଳାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment