ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ମାଲକାନଗିରି,୨୩/୧୧(ପିପିଟି): ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ପଦାତିକ ବାହିନୀ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ତଥା ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେଶ୍ବର ଚନ୍ଦ୍ର ନାୟକ ଉଦଘାଟନ କରିବା ସହିତ କେଡେଟ ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମ ପୂର୍ବରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନ ସଭାକୁ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଓ ସଂପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ରକ୍ତଦାନର ମହତ୍ତ୍ଵ ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ସୁଶାନ୍ତ କୁମାର ମାଝୀ ଆୟୋଜନ କରିଥିଲା ବେଳେ ଜିଲ୍ଲା ଆୟୋଜନ ଅଧିକାରୀ ମାନସୀ ସେଠୀ ଯୋଗଦାନ କରିବା ସହ ବାହାର ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ୩୦ ୟୁନିଟ ରକ୍ତଦାନ ନମୁନା ସଂଗ୍ରହ କରିବା ସହିତ ୫୦ ଜଣ ଏନ.ସି.ସି କେଡେଟ ସହ ମହାବିଦ୍ୟାଳୟର ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଦିବସକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଉପଲକ୍ଷେ ଆୟୋଜନ କରାଯାଇଥିଲା। ଏଥିରେ ଏନ.ସି.ସି କେଡେଟ ଗଣେଶ ପଟ୍ଟନାୟକ, ଗୁପ୍ତ ଗତମ ରାକେଶ ପରିଡ଼ା ପ୍ରମୁଖ ରକ୍ତଦାନ କରିଥିଲେ । ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ନେହିତା ବୈଦ୍ୟ, ସାନିଆ କିର୍ଶାରୀ, ଜଳନ୍ଧର ମାଡ଼କମି, ସୁମନ୍ତ ମାଡ଼କାମି ପ୍ରମୁଖ ରକ୍ତଦାନ କରିଥିଲେ। ପରିଶେଷରେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଟ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment