ପୋଲସରା,୧୯/୦୭(ପିପିଟି): ଏକ ଅଗ୍ରଣୀ ସ୍ବେଛାସେବୀ ଶିକ୍ଷା ଅନୁଷ୍ଠାନ ”ପ୍ରଥମ” ପୋଲସରା ଓ ବୁଗୁଡ଼ା ବ୍ଲକରେ ଦୀର୍ଘ ୧୨ ବର୍ଷ ହେଲା ଅଧାରୁ ପାଠ ଛାଡିଦେଇଥିବା ବିଦ୍ୟାର୍ଥୀ ଓ ମହିଳାମାନଙ୍କୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କାର୍ଯ୍ୟରେ ସହାୟକ ହେଉଅଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବୁଗୁଡ଼ା ବ୍ଲକର ଭାମୁସୀଆଳି , ବିରଞ୍ଚିପୁର , ଅରଖପୁର , ବୁଗୁଡ଼ା ଓ ଖୋଳଖାଳି ଗ୍ରାମର ୮୭ ଜଣ ବିଦ୍ୟାର୍ଥୀ ସେକେଣ୍ଡ ଚାନ୍ସ ପ୍ରୋଗ୍ରାମରେ ଅଧ୍ୟୟନ କରି ୮୦ ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେକେଣ୍ଡ ଚାନ୍ସର ୯୨% ପ୍ରତିଶତ ଫଳାଫଳ ଯୋଗୁଁ ବୁଗୁଡ଼ା ବ୍ଲକର ସମସ୍ତ ବରେଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ବୃନ୍ଦ ଖୁସି ବ୍ୟକ୍ତ ହୋଇ ପ୍ରଥମ ଅନୁଷ୍ଠାନର ସେଣ୍ଟର ଇନ ଚାର୍ଜ ତ୍ରିପତି ବାଲାଜୀ ଶତପଥୀ , ଭାଷା ଶିକ୍ଷକ ସନ୍ତୋଷ ସାହୁ , ପ୍ରଶାନ୍ତ ଦାଶ , ଗଣିତ ଶିକ୍ଷକ ଭଜରମ ବାରିକ , ସାମାଜିକ ବିଜ୍ଞାନ ଶିକ୍ଷକ ଭଜରମ ବିଷୋୟୀ , ବିଜ୍ଞାନ ଶିକ୍ଷକ ପଞ୍ଚାନନ ପଢିଆରୀ , ଇଂରାଜୀ ଶିକ୍ଷକ ବିଶ୍ଵନାଥ ଦଳବେହେରା ଓ ସଂସ୍କୃତ ଶିକ୍ଷକ ସୂର୍ଯ୍ୟ ନାରାୟଣ ପୋଲାଇ ତଥା ପ୍ରୋଗ୍ରାମ କୋର୍ଡିନେଟର ରାମପ୍ରସାଦ ମହାନ୍ତି ଏବଂ ରାଜ୍ୟ ସଂଯୋଜିକା ପୁଷ୍ପାଞ୍ଜଳି ପରିଡାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )