ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୫୧ୟୁନିଟ ରକ୍ତ ସଂଗୃହୀତ ।

ଭଞ୍ଜନଗର,୦୭/୦୫(ପିପିଟି):ଗ୍ରୀଷ୍ମଋତୁରେ ରକ୍ତଦାନ ଶିବିର ସଂଖ୍ୟା କମିବାରେ ଲାଗିଛି। ଯାହାର ପ୍ରଭାବ ରକ୍ତ ଭଣ୍ଡାର ଉପରେ ଦେଖିବାକୁ ମିଳିଛି। ଏହି ଅଭାବକୁ ପୂରଣ କରିବା ପାଇଁ  ଗାଲେରୀ ଗ୍ରାମରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ଗାଁ ଗାଲେରୀ’ର ସଦସ୍ୟ,‘ବିପଦର ବନ୍ଧୁ’ ଓ ବଜରଙ୍ଗୀ ଫିଲିଂ ଷ୍ଟେସନ୍ ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ୫୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଗୌଡ, ୫୨ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଭାଗ୍ୟଲତା ସେଠୀ,ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ, ଆରଡବ୍ଳୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁ, ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା ପ୍ରମୁଖ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଭଞ୍ଜନଗର ରକ୍ତ କେନ୍ଦ୍ରର କର୍ମଚାରୀ ସୁରେନ୍ଦ୍ର ମହାପାତ୍ର,ଲକ୍ଷ୍ମୀକାନ୍ତ ମାଝୀ,ଇତିଶ୍ରୀ ତ୍ରିପାଠୀ,ବିପନ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment