ଭଞ୍ଜନଗର, ୦୧/୧୦(ପିପିଟି): ରକ୍ତଦାନ ଏକ ମହାନ ପୁଣ୍ୟ କାମ । ରକ୍ତଦାନ ଦାନ କରି ଆପଣ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଉଛନ୍ତି । କିଭଳି ଅଧିକରୁ ଅଧିକ ଜନସାଧାରଣ ସଚେତନ ହୋଇ ସ୍ବେଛାକୃତ ଭାବେ ଆସି ରକ୍ତଦାନ ପ୍ରକ୍ରିୟା ରେ ନିଜକୁ ସାମିଲ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି କିଭଳି ମହିଳା ମାନେ ଆଗଭୋର ହୋଇ ସ୍ବେଛାକୃତ ଭାବେ ଆସି ରକ୍ତଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଅନୁଷ୍ଠିତ ବୈଠକରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ରକ୍ତଦାନ କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ବହୁତ କମ ପ୍ରତିଶତ ରହୁଛି। କୋଭିଡ କାଳରେ ନିରବଚ୍ଛିନ ସେବା ପାଇଁ ଡାକ୍ତରଖାନା ର ସମସ୍ତ କର୍ମଚାରୀ, ଡାକ୍ତର ଏବଂ ଅନ୍ୟ ସମସ୍ତଙ୍କୁ ଉପସ୍ଥିତ ଅଧିକାରୀ ମାନେ ପ୍ରଶଂସା କରିଛନ୍ତି। କୋଭିଡ ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ କେବଳ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଏବଂ ଗାଲେରୀ ଡାକ୍ତରଖାନା ସାଧାରଣ ରୋଗୀଙ୍କ ନିମନ୍ତେ ଚିକିତ୍ସା ସୁବିଧା ଯୋଗେଇ ଦେଉଥିବା କଥା ଅଧିକାରୀ ମାନେ ଅବଗତ କରାଇଥିଲେ । ସାଧାରଣ ଜନତା, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଇତ୍ୟାଦି କିଭଳି ନିଜକୁ ସାମିଲ କରିବେ ସେଥିପ୍ରତି ଆଗ୍ରହ ବଢେଇବାକୁ ଉପସ୍ଥିତ ଅତିଥି ମାନେ ଆହ୍ୱାନ ଦେଇଛନ୍ତି। କୌଣସି ବି ରୋଗୀ ରକ୍ତ ନ ପାଇ ନିରାଶ ନ ହୋଉ ସେଥିନିମନ୍ତେ ରକ୍ତ ମହଜୁତ ରଖିବାକୁ ପଡିବ ବୋଲି ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ମତ ଦେଇଥିଲେ। ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ,ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ହସ୍ପିଟାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ଃ ଗୋବିଦ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରେଷ୍ଠ ରକ୍ତ ଦାତା ଭାବେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ବି. ଗୋବିଦ ରାଓ,କେ. ଜିତେନ୍ଦ୍ର ଦୋରା ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ଦୋରା, ଚିନ୍ମୟ କୁମାର ଵେବର୍ତ୍ତା,ବିଚିତ୍ର କୁମାର ପାଣିଗ୍ରାହୀ, ଜୟକୃଷ୍ଣ ପଟ୍ଟନାୟକ, ଅଭିନାଶ କୁମାର ପାଣିଗ୍ରାହୀ,କୋକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକଙ୍କୁ ମୁଖ୍ୟ ଅତିଥି ଉପଢେ଼।କନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ସାମାଜିକ କର୍ମୀ ଶୂଳପାଣି ଶତପଥୀ ସଭା ସଂଯୋଜନା କରିଥିଲେ । ଏହା ପରେ ରକ୍ତଭଣ୍ଡାର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଗଂଜାମ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି.ଗୋବିନ୍ଦ ରାଓ,ହସ୍ପିଟାଲ ମ୍ୟାନେଜର କୁମାର ପାଣିଗ୍ରାହୀଙ୍କ ସମେତ ମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ ହେଇଥିବା ସୂଚନା ମିଳିଛି।