ବେଲଗୁଣ୍ଠା ,୨୯/୦୮(ପିପିଟି ):ଆଜି ବେଲଗୁଣ୍ଠା ସ୍ୱାମି ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ୨୭ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶିଶୁ ମାନଙ୍କ ଦ୍ବାରା ପ୍ରାୟ ୧୦୦ ଟି ପ୍ରକଳ୍ପ ୩ ଟି ବିଭାଗ ରେ ପ୍ରଦର୍ଶନ କରାଯାଇଥିଲା। କନିଷ୍ଠ ବିଭାଗ ରେ ସମ୍ବିତ୍ ଶତପଥୀ ପ୍ରଥମ ସାଇଶ୍ମିତ ପଣ୍ଡା ଦ୍ଵିତୀୟ ଓ ଶ୍ରଦ୍ଧାଞ୍ଜଳି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉପକାନିଷ୍ଠ ବିଭାଗ ରେ ଶ୍ରଦ୍ଧା ରାଣୀ ବେହେରା ପ୍ରଥମ କୃଷ୍ଣ ପ୍ରସାଦ ପତି ଦ୍ଵିତୀୟ ଏଵଂ ଅର୍ଚ୍ଚନା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ଜ୍ୟେଷ୍ଠ ବିଭାଗ ରେ ଓମ୍ ପ୍ରସାଦ ପାତ୍ର ପ୍ରଥମ ଜି. ତୁହାନ ଦ୍ଵିତୀୟ ଓ ଅମିତ୍ କୁମାର ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସର ର୍ ଅବସର ପ୍ରାପ୍ତ ଶିକ୍ଷକ ସୁରେଶ କୁମାର ମହାପାତ୍ର, ରୟତ ବିଷୋୟୀ ଉଚ୍ଚ ବିଦ୍ୟାଳୟ ର ଜିତେନ୍ଦ୍ରିୟ ବିଷୋୟୀ, ସାଇ ଆଇ ଟି ଆଇ ର ଶିକ୍ଷକ ବ୍ରଜ କିଶୋର ମହାରଣା, ସାର୍ପ ଏଯୁକେଶନ ପ୍ରତିଷ୍ଠାତା ସତ୍ୟ ନାରାୟଣ ଶିଅ, ସରକାରୀ ଉଚ୍ଚ ବିଦ୍ୟାଳୟ ମଙ୍ଗଳ ପୁର ର ବିଜ୍ଞାନ ଶିକ୍ଷକ ପ୍ରଭୁପାଦ ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ। ଉଦ୍ଘାଟନୀ ଉତ୍ସବରେ ଦୀପ ପ୍ରଜ୍ବଳନ କରି ବିଚାରକ ମଣ୍ଡଳୀ କର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ପୁରଷ୍କାର ବିତରଣ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେଉଚ୍ଚନ୍ୟାଳୟ ର ବରିଷ୍ଠ ଆଇନ୍ ଯିବି ଓଁ ପ୍ରକାଶ ସାହୁ, ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ରୋଟାରିଆନ ରଞ୍ଜିତ୍ କୁମାର ବାରିକ୍, ରୋଟାରୀ କ୍ଲବ୍ ସଭାପତି ସଞ୍ଜୀବ କୁମାର ଚୌଧୁରୀ ଯୋଗ ଦେଇ ବିଜ୍ଞାନ ଯୁଗେ ଯୁଗେ ଅମର ବୋଲି ଶିଶୁ ମାନଙ୍କୁ ବୁଝାଇ ଥିଲେ ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଉକ୍ତ କର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ବେହେରା କାର୍ଯକ୍ରମ ସଂଯୋଜନା କରିଥିଲେ। ବିଦ୍ୟାମନ୍ଦିର ର ପ୍ରଧାନ ଅଚାର୍ଯ୍ୟା ଶୁଭଶ୍ରୀ ପରିଡ଼ା ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଜିର ଏହି ବିଜ୍ଞାନ ମେଳlରେ ୯୭ଟି ପ୍ରକଲ୍ପ ପ୍ରଦର୍ଶନୀ ହୋଇଛିl ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସନ୍ତନ୍ଵା ମୂଳକ ପୁରଷ୍କାର ପ୍ରାଦନ କରଯାଇଥିଲା। ମୁଖ୍ୟତଃ ଅନୁଷ୍ଠାନର ଶିବରାମ ଗୁରୁଜୀ ଓ ସୁକାନ୍ତ ଗୁରୁଜୀ ଙ୍କ ସମେତ ସମସ୍ତ ଗୁରୁମା, ଗୁରୁଜୀ, ଓ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ରିପୋର୍ଟ -ସୁଶାନ୍ତ କୁମାର ବେହେରା