ବେଲଗୁଣ୍ଠା , ୧୫/୦୮ (ପିପିଟି):ଆଜି ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ଉପଦେଷ୍ଟା ତଥା ବଶିଷ୍ଠ ଆଇନ ଜିବୀ ସନ୍ତୋଷ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଶିଶୁ ମାନଙ୍କ ଜାତୀୟ ସଙ୍ଗୀତ ଗାନ ରେ ଅଞ୍ଚଳ ମୁଖରିତ ହୋଇଥିଲା। ମୂଖ୍ୟ ଅତିଥି ଭବିଷ୍ୟତ ରେ ଜଣେ ଉତ୍ତମ ନାଗରୀକ ହେବା ପାଇଁ ଅନୁଷ୍ଠାନ ର ଶିଶୁ ମାନଙ୍କୁ ଦିଗ୍ଦର୍ଶନ ଦେଇ ଥିଲେ। ସେହି ପରି ପୂର୍ବତନ କାଉନ୍ସିଲର୍ ସି . ଏଚ ଯତୀନ ପାତ୍ର ଯୋଗ ଦେଇ ଅନୁଷ୍ଠାନ ର କଳେବର କୁ ଆହୁରି ଅଧିକ କରିବା ପାଇଁ ମତ ପ୍ରକାଶ କରିଥିଲେ। ଅନୁଷ୍ଠାନ ରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯାଇଥିଲା ଓ ଏହି ଅବସରରେ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବ୍ଲକ୍ ପଡ଼ିଆ ରେ ଉପସ୍ଥିତ ରହି ପରେଡ ରେ ଭାଗ ନେଇଥିଲେ ଏବଂ ଏହି କର୍ଯ୍ୟକ୍ରମ ରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଥିଲା। ଅନୁଷ୍ଠାନ ର ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନ ର ସଂମ୍ପାଦକ କର୍ଯ୍ୟକ୍ରମ ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ବେହେରା