ବେଲଗୁଣ୍ଠା,୦୫/୦୯(ପିପିଟି): ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସର ରେ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଗୁରୁ ଦିବସ ପାଳନ ହୋଇ ଯାଇଅଛି। ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ ଶିଶୁ ଗୁରୁଜୀ ଗୁରୁମା ମାନଙ୍କୁ ଫୁଲ ଚନ୍ଦନ ଦେଇ ଆଶିର୍ବାଦ ଭିକ୍ଷା କରିଥିଲେ। ଅନୁଷ୍ଠାନ ର ସହ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ନାୟକ ସମସ୍ତ ଶିଶୁ ମାନଙ୍କ ପାଇଁ ଏକ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅନୁଷ୍ଠାନର ଶୁଭଶ୍ରୀ, ସୁଲୋଚନା, ସୌଭାଗ୍ୟ ବତି, ପୁଜା, ରୁବି ଗୁରୁମା ଏବଂ ସୁକାନ୍ତ,ଶିବରାମ, ସୁଶାନ୍ତ, ସତ୍ୟ, ଗୁଣ୍ଡିଚା,ଶୋଭେନ୍ଦ୍ର, ବସନ୍ତ, ସୂର୍ଯ୍ୟ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )