ମାଲକାନଗିରି,୧୨/୧୨(ପିପିଟି): ଲାଲଗଡ ଭାବେ ପରିଚିତ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ପଣସପୁଟ ଗ୍ରାମପଞ୍ଚାୟତ ନିକଟସ୍ଥ ଘନବେଡା ଗ୍ରାମ ଠାରେ ଥିବା ନୂତନ ବିଏସଏଫ କ୍ୟାମ୍ପରେ ପହଞ୍ଚିଲେ ପୋଲିସ ଡିଜି ଅଭୟ । ସେଠାରେ ପହଞ୍ଚି ନୂତନ କ୍ୟାମ୍ପ ପରିଦର୍ଶନ କରିଥିଲେ । ପୂର୍ବରୁ ଏହି ଅଞ୍ଚଳରେ ମାଓ ବାଦୀଙ୍କ ଦୌରାତ୍ମ୍ଯ ଥିଲା । ଗୁରୁପ୍ରିୟା ସେତୁ ନିର୍ମାଣ ହେଲା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସରେ ଆସିଥିଲା ବିଛିନ୍ନାଞ୍ଚଳ ବା ବର୍ତ୍ତମାନର ନୂତନ ପରିଚୟ ନାମ ସ୍ୱାଭିମାନ ଅଞ୍ଚଳ । ଏହି ଅଞ୍ଚଳରେ କିଭଳି ଭାବେ ମାଓ ବାଦୀଙ୍କ ଦୌରାତ୍ମ୍ଯ ହ୍ରାସ କରାଯାଇ ପାରିବ ସେଥି ନେଇ ଆରମ୍ଭ ହୋଇଥିଲା ମାଓ ଦମାନର ବ୍ଲୁ ପ୍ରିଣ୍ଟ । ପୂର୍ବରୁ ଏହି ଅଞ୍ଚଳକୁ ଯୋଗାଯୋଗ ନଥିବାରୁ ଏହି ଅଞ୍ଚଳକୁ ବିଛିନାଞ୍ଚଳ ପରିଚୟଥିଲା । କିନ୍ତୁ ଗୁରୁପ୍ରିୟା ସେତୁ ହେଲା ପରେ ଏହି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ନିର୍ମାଣ ହୋଇଥିଲା । ତେବେ ଗତ କିଛି ଦିନ ପୂର୍ବେ ଘନବେଡା ଠାରେ ୪ ନମ୍ବର ବିଏସଏଫ କ୍ୟାମ୍ପ ନିର୍ମାଣ ହୋଇଥିଲା । ଯାହାକି ଏହି ଅଞ୍ଚଳରେ ମାଓବାଦୀମାନଙ୍କ କାର୍ଯ୍ୟକଳାପରେ ପ୍ରତିବନ୍ଧକ ସ୍ରୁଷ୍ଟି ହୋଇପାରିବ।ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଫଳରେ ଏହି ଅଞ୍ଚଳରେ ବିଭିନ୍ନ ଉନୟନ ମୂଳକ କାର୍ଯ୍ଯ ଦ୍ରୁତ ଗତିରେ ହୋଇ ପାରିଛି । ଗ୍ରାମ ଗ୍ରାମ ମଧ୍ଯରେ ସଡକ ନିର୍ମାଣ କରାଯାଇ ସଂଯୋଗ ସ୍ଥାପନ କରାଯାଇ ପାରିଛି । ପାନୀୟ ଜଳ, ଶିକ୍ଷା,ସ୍ବାସ୍ଥ୍ଯ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚ ପାରିଛି । ଏହା ବ୍ଯତୀତ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇ ପାରିଛି । ଗ୍ରାମବାସୀମାନେ ପୋଲିସ ଡିଜିଙ୍କୁ ନିଜ ପାଖରେ ଦେଖି ତାଙ୍କୁ ନିଜ ପାରମ୍ପରିକ ରୀତିନୀତି ଅନୁସାରେ ସ୍ୱାଗତ କରିବା ସହ ନିଜ ସମସ୍ୟା ସମ୍ବନ୍ଧରେ ଜଣାଇଥିଲେ । ଏଥିସହ କିଭଳି ଭାବେ ସେହି ଅଞ୍ଚଳରେ ମାଓ କାର୍ଯ୍ଯକଳାପକୁ ପ୍ରତିହତ ଯାଇପାରିବା ସେଥି ନେଇ ସୀମା ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପୁଲିସ ଡିଜିଙ୍କ ସହ ଏଡିଜି ଲଳିତ ଦାସ୍, ଏସାଇଡବ୍ଲୁ ଅମିତାଭ ଠାକୁର, ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ,ମାଲକାନଗିରି)